STORYMIRROR

Priyanka Panda

Classics Inspirational Others

4  

Priyanka Panda

Classics Inspirational Others

‎ସେ କେମିତି ଜାଣିବ ‎

‎ସେ କେମିତି ଜାଣିବ ‎

2 mins
2

‎ସେ କେମିତି ଜାଣିବ

‎

‎ସେ କେମିତି ଜାଣିବ,

‎ମୋର ପ୍ରତି ପ୍ରାର୍ଥନାରେ ସେ ହିଁ ଥାଏ।

‎ଅଧର ନୀରବ ରହିଲେ ବି,

‎ହୃଦୟ ତା' ନାମ ନିରବରେ ଗାଏ।।

‎

‎ସେ କେମିତି ଜାଣିବ,

‎ରାତିର ନିର୍ଜନତା ମୋତେ

‎ଯେତେବେଳେ ଘେରିଯାଏ।

‎ଅନ୍ଧାର ଭିତରେ ତା' ସ୍ମୃତିଟି,

‎ଏକ ଦୀପ ପରି ମନରେ ଜଳିଯାଏ।।

‎

‎ସେ କେମିତି ଜାଣିବ,

‎ତା'ର ଏକ ହସ ପାଇଁ କେତେ ଅପେକ୍ଷା

‎ଏକ ମୁହୂର୍ତ୍ତର ଦେଖା ପାଇଁ,

‎କେତେ ଦୀର୍ଘ ଲାଗେ ଏଇ ବିରହର ରାତିଟି।।

‎

‎ସେ କେମିତି ଜାଣିବ,

‎ଦୂରତା କେବଳ ପଥକୁ ଅଲଗା କରିଛି।

‎ମୋ ମନର ଗଳିରେ ତ ଆଜିବି,

‎ତା' ପାଦଚିହ୍ନ ଅଲିଭା ହୋଇ ରହିଛି।।

‎

‎ସେ କେମିତି ଜାଣିବ,

‎ପବନ ଯେବେ ତା' ଖବର ଆଣେ।

‎ମୋ ମନର ଶୁଖିଲା ଋତୁରେ,

‎ହଠାତ୍ ଅଜଣା ବସନ୍ତ ଫୁଟିଯାଏ।।

‎

‎ସେ କେମିତି ଜାଣିବ,

‎ତା'କୁ ପାଇବାର ଇଚ୍ଛାଠାରୁ ବେଶି।

‎ତା'ର ଜୀବନ ଖୁସି ହେଉ ବୋଲି,

‎ମୁଁ ଭଗବାନଙ୍କ ପାଖେ ମାଗିଛି।।

‎

‎ସେ କେମିତି ଜାଣିବ,

‎କିଛି ସମ୍ପର୍କ ନାମ ଖୋଜେ ନାହିଁ।

‎କିଛି ଭଲପାଇବା ଅଧିକାର ମାଗେ ନାହିଁ,

‎କେବଳ ଦୂରରୁ ମଧ୍ୟ ମନକୁ ଛୁଇଁଯାଏ।।

‎

‎ହୁଏତ ସେ କେବେ ଜାଣିବନି,

‎ମୋ ନୀରବତାର ଅର୍ଥ କ'ଣ।

‎ତଥାପି ତା' ପାଇଁ ମୋ ପ୍ରାର୍ଥନା,

‎ସମୟଠାରୁ ମଧ୍ୟ ଅଧିକ ଦୀର୍ଘ ହେବ।।

‎

‎କେବେ ଯଦି ପଚାରେ ସେ

‎“ମୋ ପାଇଁ କ'ଣ ଥିଲା ତୁମ ମନରେ?”

‎ତେବେ ହୁଏତ ହସି କହିବି

‎“ତୁମେ ଥିଲ, ଅଛ ଏବଂ ରହିବ,

‎ମୋର ପ୍ରତି ନୀରବ ପ୍ରାର୍ଥନାରେ…”।।

‎

‎Priyanka Panda

‎


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics