STORYMIRROR

Priyanka Panda

Classics Inspirational Others

4  

Priyanka Panda

Classics Inspirational Others

ଯଦି ତମେ ଫେରିଆସନ୍ତ.....

ଯଦି ତମେ ଫେରିଆସନ୍ତ.....

2 mins
1

‎ମୁଁ ବିଚାରପତି, ମୁଁ ହିଁ ଆସାମୀ,

‎ଆଉ ତୁମେ ହିଁ ସାକ୍ଷୀ ଆଉ ବିଚାର।

‎ଆମ ସମ୍ପର୍କର ଫାଇଲ୍ ଖୋଲି ବସିଛି,

‎ପ୍ରତି ପୃଷ୍ଠାରେ ତୁମ ନାମର ଦସ୍ତଖତ।

‎ରାୟ କ'ଣ ହେବ ଜାଣିନି,

କିନ୍ତୁ ଆଜୀବନ କାରାଦଣ୍ଡ ଦେବି -

‎ମୋ ମନରେ ତୁମକୁ ରଖିବାର।।

‎ଯଦି ତମେ ଫେରିଆସନ୍ତ.......


‎ପ୍ରଥମେ ମୁଁ କିଛି କହୁନଥାନ୍ତି।

‎କେବଳ ଚାହିଁ ରହୁଥାନ୍ତି ତମ ଆଖିକୁ,

‎ଦେଖୁଥାନ୍ତି ସେଇ ଅଧୁରା

‎କଥା ସେଠି ଅଛି କି ନାହିଁ।

‎ତାପରେ କୁହନ୍ତି -

‎ଚାଲ ଆଉ ଥରେ ଆରମ୍ଭ କରିବା,

‎ଯେଉଁଠି ଆମେ ଭୁଲରେ ଷ୍ଟପ୍ ଦେଇଥିଲୁ।

‎ଯଦି ତମେ ଫେରିଆସନ୍ତ..........


ଗୋଟେ ସନ୍ଧ୍ୟା,

‎ଚା' କପ୍ ରେ ଚିନି କମ୍ ଥିଲେ ବି କହୁନଥାନ୍ତି।

‎କେବଳ କୁହନ୍ତି - ଏଇ ଅଭ୍ୟାସ ଟା ତୁମର ଥିଲା,

‎ମୁଁ ଭୁଲିପାରିନି।

‎ଜାନାଲା ପାଖେ ବସି କୁହନ୍ତି,

‎ସେଇ ଅଧୁରା ସିରିୟଲ୍ ର ଶେଷ

‎ଏପିସୋଡ୍ ଦେଖିବା ବାକି ଅଛି।

‎ଛିଣ୍ତା ସମ୍ପର୍କର ସୂତା ଆଜି ବି ଅଛି ମୋ ପାଖେ,

‎ଗଣ୍ଠି ପଡି ପଡି ମୋଟା ହୋଇଯାଇଛି।

‎ଯଦି ତମେ ଫେରିଆସନ୍ତ...........


‎ସେଇ ଗଣ୍ଠି ଗୁଡିକୁ କହୁଥାନ୍ତି -

‎ଏଇଟା ଅଭିମାନର, ଏଇଟା ଅପମାନର।

‎ତାପରେ ଦୁହେଁ ମିଶି କାଟିଦେଉଥାନ୍ତୁ,

‎ଆଉ ଗୋଟେ ନୂଆ ସୂତାରେ ଆରମ୍ଭ କରୁଥାନ୍ତୁ।

‎ଯଦି ତମେ ଫେରିଆସନ୍ତେ..........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics