STORYMIRROR

Priyanka Panda

Classics Inspirational Others

5  

Priyanka Panda

Classics Inspirational Others

✨

✨

1 min
0

‎ମେଘଦୂତରେ ବିରହ ବେଦନା,

‎ଋତୁସଂହାରେ ପ୍ରକୃତିର ଶୋଭା,

‎ରଘୁବଂଶରେ ରାଜବଂଶର ଗାଥା,

‎କୁମାରସମ୍ଭବେ ଦିବ୍ୟ ପ୍ରେମର ଆଭା।

‎ଅଭିଜ୍ଞାନଶାକୁନ୍ତଳମ୍‌ରେ ପ୍ରେମର

‎ଅମର ଉପାଖ୍ୟାନ,

‎ବିକ୍ରମୋର୍ବଶୀୟମ୍‌ରେ ପ୍ରଣୟ,

‎ମାଳବିକାଗ୍ନିମିତ୍ରମ୍‌ରେ ନାଟ୍ୟର ଗାନ।।

‎

‎ସପ୍ତକୃତିର ସପ୍ତସୁରେ ଝଙ୍କୃତ

‎ସାହିତ୍ୟର ମନ୍ଦିର,

‎ଉପମାର କଳାରେ ତୁମେ

‎ଅତୁଳନୀୟ ଶବ୍ଦର ଶିଳ୍ପୀବର।

‎ଯୁଗ ବଦଳିବ, କାଳ ବିତିବ,

‎ମଳିନ ହେବନି କୀର୍ତ୍ତି,

‎ହେ ମହାକବି କାଳିଦାସ!

‎ଅମର ରହିବ ତୁମ ସାରସ୍ୱତ ସ୍ମୃତି।।

‎

‎Priyanka Panda


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics