ସ୍ବପ୍ନ ନା ବାସ୍ତବ
ସ୍ବପ୍ନ ନା ବାସ୍ତବ


ସେ ଅନ୍ଧାର ରାତିର ସ୍ପର୍ଶ
ସତେ ଚାହିଁଥିଲି ବସି
ଆଜି ବି ଭାବିଲେ ଲାଗଇ ସପନ
କେମିତି ବୁଝିବ ଏ ଅବୁଝା ମନ
ସତ ଥିଲା ସେଇ ରାତି
ଚାତକ ପରି ଚାହିଁଥିଲି
କେବେ ହେବ ଆମ ଦେଖା
ବିନା ନିମନ୍ତ୍ରଣେ ଉଭା ହେଲ
ମୋର ଆଗେ
ଜାଣି ମୁଁ ନଥିଲି ଦେହ ମନ ମୋର
ମିଶିଗଲା କ୍ଷଣେ
ତୁମ ଓଠ ସ୍ପର୍ଶ ମନରେ ଆଙ୍କିଲ
ପାରୁନି ମୁଁ ଭୁଲି
କେମିତି ପାରିବି ଭୁଲି
ଚାହିଁଥିଲି ବସି ତୁମରି ବାଟକୁ
ଅଭାଗିନୀ ଭାବି ସହିଯାଇଥିଲି
ତୁମ ଅଣଦେଖାକୁ
ଭାଗ୍ୟ ମୋର ତୁମ ସ୍ପର୍ଶ ପାଇ
ମୃତ ଆତ୍ମାରେ ପ୍ରାଣ ଦେଲ ଭରି
ଚାହିଁ ବସିଛି ମୁଁ ପୁଣି କେବେ ଆସି
ଛୁଇଁ ଯିବ ମୋର ହୃଦୟକୁ.....