STORYMIRROR

Priyanka Panda

Romance Classics Others

3  

Priyanka Panda

Romance Classics Others

ସ୍ବପ୍ନ ନା ବାସ୍ତବ

ସ୍ବପ୍ନ ନା ବାସ୍ତବ

1 min
159

ସେ ଅନ୍ଧାର ରାତିର ସ୍ପର୍ଶ

ସତେ ଚାହିଁଥିଲି ବସି

ଆଜି ବି ଭାବିଲେ ଲାଗଇ ସପନ

କେମିତି ବୁଝିବ ଏ ଅବୁଝା ମନ

ସତ ଥିଲା ସେଇ ରାତି

ଚାତକ ପରି ଚାହିଁଥିଲି 

କେବେ ହେବ ଆମ ଦେଖା

ବିନା ନିମନ୍ତ୍ରଣେ ଉଭା ହେଲ

ମୋର ଆଗେ

ଜାଣି ମୁଁ ନଥିଲି ଦେହ ମନ ମୋର

ମିଶିଗଲା କ୍ଷଣେ

ତୁମ ଓଠ ସ୍ପର୍ଶ ମନରେ ଆଙ୍କିଲ

ପାରୁନି ମୁଁ ଭୁଲି

କେମିତି ପାରିବି ଭୁଲି

ଚାହିଁଥିଲି ବସି ତୁମରି ବାଟକୁ

ଅଭାଗିନୀ ଭାବି ସହିଯାଇଥିଲି

ତୁମ ଅଣଦେଖାକୁ

ଭାଗ୍ୟ ମୋର ତୁମ ସ୍ପର୍ଶ ପାଇ

ମୃତ ଆତ୍ମାରେ ପ୍ରାଣ ଦେଲ ଭରି

ଚାହିଁ ବସିଛି ମୁଁ ପୁଣି କେବେ ଆସି

ଛୁଇଁ ଯିବ ମୋର ହୃଦୟକୁ.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance