ଅମର ପ୍ରେମ
ଅମର ପ୍ରେମ
କେତେ କେତେ ପୁଷ୍ପ ବାଣ ଭେଦି ମୋ ହୃଦ
ସ୍ପନ୍ଦନେ ତୋଳିଥିଲି ତୁମ ପ୍ରେମ ଛନ୍ଦ
ଅତନୁ ସଜିବାକୁ ଆକୁଳିତ ମୋର ମତି
କାହିଁ ଘେନି ଗଲ ଦେଇ ପ୍ରତିଶୁତି
ଅଭିଳାଷ ପୂର୍ଣ୍ଣ ହେଉ ମୋର
ଅକ୍ଷୟ ହେଉ ତୁମ ପ୍ରେମ ମୋ ପ୍ରତି
ବିଭୁ ଚରଣେ ନତ ଶିରେ କରୁଅଛି ବିନତି.....।।

