STORYMIRROR

DEEPALI JENA

Romance Tragedy Others

3  

DEEPALI JENA

Romance Tragedy Others

ଅଭିଯୋଗ ପ୍ରିୟାର

ଅଭିଯୋଗ ପ୍ରିୟାର

1 min
117

ମୁଁ ବି ଲାଜ ଛାଡିଲିଣି

ତମେ ଯିବା ଦିନଠୁ

କେତେ ଆଉ ମୁହଁ ଦେଖିବି ଆଇନାରେ 

ଯୋଉ ମୁହଁ କୁ ଦିନେ ତୁମେ ଏଡିଦେଇଥିଲ ....

ଯେବେ ତୁମେ ଫେରିବ 

ସବୁ ଅଭିମାନ ଢାଳିଦବ ତମ ଆଗେ

ହେଲେ ତୁମେ ଫେରିବନି ଜାଣିଚି ଏ ହୃଦୟ 

କହିଲ ଦେଖି ଆମେ ପ୍ରଥମେ କେବେ ଦେଖାହେଇଥିଲେ? 

କେବେ ପ୍ରଥମେ କଥା ହେଇଥିଲେ ?

କେବେ ଅଜଣାତେ ତମ ମନ ମୋର ହେଇଥିଲା? 

ଆଜି ହୁଏତ ତୁମେ ଭୁଲିପାର

ହଲେ ଏ ସବୁ ଘୋଷି ଘୋଷି ଆଜି ଯେ ମୁଁ ପାଗେଳି ,

କିଛିଦିନ ପରେ ମୁଁ ବି ବିଦାୟ ନେବି ତୁମ ଆଗୁ

ଯେତକ ଶବ୍ଦ ସବୁ ମାଳ କରି ଗୋଟେ କବିତା ଲେଖିବ

କବିତାର ପ୍ରତ୍ୟେକ ଧାଡି ମୋ ନା ରେ ଥିବ

ଯେତେ ଯନ୍ତ୍ରଣା, ଯେତେ ଅଭିଯୋଗ ବଖାଣିବ

କୌଣସି ଦିନ ଯଦି ମୁଁ ତୁମ ଖୁସିର କାରଣ ହେଇଥାଏ 

ଉପମା, ଅଳଙ୍କାର ଦେଇ ତାକୁ ବି କହିବ

ମୁଁ ଚାଲିଗଲା ପରେ ଥରେ ଆସି 

ମୋ ସମାଧି ପାଖେ ସେ କବିତା ପଢିଦେଇ ଯିବ?????? 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance