STORYMIRROR

Naliniprava Subudhi

Tragedy Inspirational

3  

Naliniprava Subudhi

Tragedy Inspirational

ମାୟାରେ ବାନ୍ଧିଲେ ବନ୍ଧନ

ମାୟାରେ ବାନ୍ଧିଲେ ବନ୍ଧନ

1 min
118

ନିଜ ସନମାନ ପାଇଁ, ବାନ୍ଧିଲେ ବନ୍ଧନେ

ବନ୍ଧନ ରେ ଛନ୍ଦିହେଲୁ,ତୁ ମିଛ ସପନେ

ବୁଝି ପାରିଲୁନି

ସ୍ବାର୍ଥର ଦୁନିଆଁ, 

ଆଖିର ଲୁହକୁ ସାଥି କରିଥା। 

ଗୋଟେ କଥା କହିବି ଲୋ, ସାରୀ 

ତୁ, କାନ ଡେରିଥା, 

ମୋ ରାଣ, ଶୋଇପଡିବୁନି ଖାଲି

ହୁଁ-ଉଁ-ମାରୁଥା। 


କରମ ପଥରେ ତୁହି, ହେବୁ ବାଟ ବଣା

ଭୂଲି ଯିବୁ ନିଜକଥା,ନିଜର ଠିକଣା

ମାୟାର ବନ୍ଧନେ

ସ୍ବାର୍ଥର ଇନ୍ଧନେ

ସଂସାର ବନ୍ଧନ ମାୟା ଜାଣିଥା। 

ଗୋଟେ କଥା କହିବି ଲୋ, ସାରୀ

ତୁ, କାନ ଡେରିଥା, 

ମୋ ରାଣ, ଶୋଇ ପଡିବୁନି ଖାଲି

ହୁଁ-ଉଁ-ମାରୁଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy