STORYMIRROR

Sunanda Mohanty

Abstract Tragedy Others

3  

Sunanda Mohanty

Abstract Tragedy Others

ରାକ୍ଷୀ ଚିନ୍ତନ

ରାକ୍ଷୀ ଚିନ୍ତନ

1 min
222


ପ୍ରେମ ପାଇଁ ଆୟୁଷ ନିଅଣ୍ଟ

ଏତେ କାଣ୍ଟଛାଣ୍ଟ ଭିତରେ

ବୟସ ଥାଏ ସମୟ ନଥାଏ

କେବେ ସମୟ ଥିଲେ ଆୟୁଷ ନଥାଏ

ସମୟକୁ ଆୟୁଷ କୁହାଯାଇପାରିବ କି ନା

ବୟସକୁ ସମୟ କୁହାଯାଇପାଇବକି ନା

ଉତ୍ତର ହଁ

ପରିସ୍ଥିତି ପରିବେଶ ସ୍ଥିତି ଅବସ୍ଥିତି ଭିତରେ

ପ୍ରେମ ହୁଏ ଅନେକ ଥର

କୃଷ୍ଣଚୁଡା ଫୁଲକୁ ଚୁମ୍ବନ ଦେଇ

ଗୋଲାପକୁ ଆଲିଙ୍ଗନ କରିବାରେ

ବୟସ କି ସମୟ ନୁହେଁ

ଆୟୁଷ ସରିଯାଇଥାଏ

ପ୍ରେମ ଅମଳିନ ପ୍ରେମ ଶାଶ୍ୱତ

ପ୍ରେମ ଗୀତା ଭାଗବତ

କେବେ ହୁଏ କା ସଙ୍ଗେ ଵିଧି ନିର୍ଦିଷ୍ଟ

ଏମିତିରେ ମାନବୀୟ ପ୍ରେମ ଉର୍ଦ୍ଧରେ

ଭଲପାଏ ସମୟ ସାଥେ ବୟସ ହେବାଯାଏ

ଆୟୁଷ ଶେଷ ଯାଏଁ

ଏହିତ ନିର୍ଯ୍ୟାସ

ଭୀଷ୍ମଙ୍କ ଶରଶଯ୍ୟା

ରାମଙ୍କ ବନବାସ

ଦୁର୍ଯ୍ୟଧନଙ୍କ ରକ୍ତ ନଦୀ ସନ୍ତରଣ

ସମୟ ଭିତରେ ଆୟୁଷର ବୟସ

ଆୟୁଷ ସାଥିରେ ସମୟର ଶେଷ

ପ୍ରେମ ହେଲା କୃଷ୍ଣଙ୍କ ସଙ୍ଗେ

ମାଆ ଗାନ୍ଧାରୀ ବି ଚାହିଁଲେ ଅନ୍ଧପୁଟୁଳି ଖୋଲି

ଥରେ ଦେଖିବେ ସମୟର ଦ୍ୱେଷ

ବୟସର ସ୍ପର୍ଶ

ଆୟୁଷର ଦୀର୍ଘାଶ୍ୱାସ

ସେତକ ବି ପ୍ରେମରେ ପ୍ରେମରେ

ପ୍ରେମୀ ଦେଲା ଖାଲି ହତାଶ ଅବଶୋଷ

ତଥାପି ଗାନ୍ଧାରୀ ଡାକୁଥିଲେ ହା କୃଷ୍ଣ ହା କୃଷ୍ଣ

ଭାଇ ଭଉଣୀର ପ୍ରେମ ସାକ୍ଷୀ

ଶାଶ୍ୱତ ଚିରନ୍ତନ ଖିଏ ସୂତା ରାକ୍ଷୀ

ସୁଭଦ୍ରା ହଳଦିମୁଖୀ

ଭାଗ୍ୟବତୀ ଭଉଣୀର ସ୍ନେହ ମମତା ପ୍ରେମ

ଅମଳିନ ଫୁଲ ଚିରନ୍ତନ ମଶାଲ ଶାଶ୍ୱତ ଝଲମଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract