STORYMIRROR

Naliniprava Subudhi

Tragedy

3  

Naliniprava Subudhi

Tragedy

ଲୋ ସାରୀ

ଲୋ ସାରୀ

1 min
152

ପର ଲାଗିଗଲେ ପକ୍ଷୀ, ଛାଡି ଯାଏ ବସା। 

ସର୍ମ୍ପକର ମାନେ ଏଠି, ଖାଲି ଲୋକ ହସା। 

କିଏ ସେ,କାହାର

ନୁହେଁ ଆପଣାର, 

ଦିନରେ ସପନ ଖାଲି ଦେଖୁଥା

ଗୋଟେ କଥା କହିବି, ଲୋ ସାରୀ 

ତୁ,କାନ ଡେରିଥା, 

ମୋ ରାଣ, ଶୋଇ ପଡିବୁନି ଖାଲି, 

ହୁଁ-ଉଁ-ମାରୁଥା। 


ମାଳିକା ବଚନ,ଏଠି ହୋଇବ ଲୋ,ସତ

ପିତା, ମାତା ପୋଷିବେନି ଆଉ ନିଜ ପୁତ୍ର। 

ଘରୁ ତଡିଦେବେ

ଗୋଇଠା ମାରିବେ

ଆଗକୁ ଧରମ ସଞ୍ଚି ରଖିଥା। 

ଗୋଟେ କଥା କହିବି ଲୋ, ସାରୀ

ତୁ, କାନ ଡେରିଥା, 

ମୋ ରାଣ, ଶୋଇ ପଡିବୁନି ଖାଲି

ହୁଁ-ଉଁ-ମାରୁଥା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy