ଚିନ୍ତାକଳ୍ପ
ଚିନ୍ତାକଳ୍ପ
ଶୋଷ ବହୁତ ଜୋରରେ ଲାଗିଥିଲା
ତୁଷାର୍ତ୍ତ ପଥିକ ଆତୁରିତ ମୁଦ୍ରାରେ
ମୁନ୍ଦିଏ ପାଣି ପାଇଁ ଚିତ୍କାର କରୁଥିଲା
ବୋଧହୁଏ
ପାଣି ନ ପାଇଲେ ମୃତ୍ୟୁ ଅବଶ୍ୟମ୍ଭାବୀ
ପାଣିରେ ଭର୍ତ୍ତି ବୋତଲ ପାଖ ଟେବୁଲ ଉପରେ ଥୁଆ ହୋଇଥିଲା
କିନ୍ତୁ ପାଣିରେ ବିଷ ମିଶିଛି ବୋଲି
ଲେଖାଥିଲା
ପିଇଲେ ମରିବା ନିଶ୍ଚିତ
ନ ପିଇଲେ ବି ମୃତ୍ୟୁ ସୁନିଶ୍ଚିତ
କହିବାର କଥା କେବଳ ଦୁଇଟି ପ୍ରଶ୍ନ
ଜୀବନ ଆସି ପହଞ୍ଚି ଗଲାଣି ଅପରାହ୍ନ
ନିର୍ଣ୍ଣୟ ନେଇ ପାରୁନାହିଁ ଅଧମ ଅକିଞ୍ଚନ
ରାଗ -ରୋଷ ବେଳେ ବେଳେ ଭଠିଯାଏ
ପଞ୍ଚମ ତାନରେ ମଗଜକୁ
ନିଜକୁ ଧ୍ୱୀକାର କରେ ଶତ ସହସ୍ର ବାର
ମଥାନତ ମୁଦ୍ରାରେ ଚାହିଁ ଧରଣୀକୁ
ନିଦ ବି କଞ୍ଚା ରହିଗଲା
ସ୍ୱପ୍ନ ବି ଅଧୂରା ଅଧାଦେଖା ହେଲା
ଆଶାମୟ ତୃଷ୍ଣାମୟ ତୀତିକ୍ଷାର ଦହନରେ
ସବୁ ଅସପୂର୍ଣ୍ଣ ଅପହଞ୍ଚ ଅପାଙ୍କ୍ତେୟ ରହିଲା
ସମୟ ବି ଦୁଇ ବିକଳ୍ପ ଶିଖେଇଥିଲା
ଆଉ ଟିକେ ଧୌର୍ଯ୍ୟ ରଖିଥାନ୍ତି କି ?
ଆଉ ଟିକେ ସମୟ ମିଳିଥାନ୍ତା କି ?
ବହୁତ ସମସ୍ୟା ବଖାଣିବାର ଅଛି ରେ
ଜୀବନ
ଚିର ନମସ୍ୟ ଚିର ବନ୍ଦନୀୟ ସତ୍ୟ ସନାତନ
ମୁଖ-ମୟୂଖରେ ଧୌର୍ଯ୍ୟର ତୁଣ୍ଡି ବାନ୍ଧିଛି
ଚୁପ୍ ରହିଛି
ଯାହା ମୋତେ ଦେଇଛୁ ବାଛି ବାଛି
ପାର୍ଯ୍ୟାପ୍ତ ନ ହେଲେ ବି
ଅପର୍ଯ୍ୟାପ୍ତ ନ ହେଲେ ବି
ବହୁତ କିଛି
ବହୁତଙ୍କ ଭାଗ୍ୟରେ ବି ସେତେକ
ଜୁଟେଇନୁ ଦେଇନୁ
କାନ୍ଦି କାନ୍ଦି ମୁଁ ରାଜି
ସତରେ ଜୀବନ
ସମୟ ଅଖରେ ବନ୍ଧା
ଛାର ମଣିଷର ଆୟୁଷ ଚାରିଦିନ
ସମସ୍ୟା ତ ହେବନି ନ୍ୟୁନ
ଜଟିଳ ସମସ୍ୟା ସବୁ ମୁଣ୍ଡ ଟେକିବ ଦିନୁ ଦିନ
ସମାଧାନ ପନ୍ଥାରେ ଦୁଇ ବିକଳ୍ପ
ଖାଲି ଫିଟେଇବାର ଅଛି ଚିନ୍ତାକଳ୍ପ ।