STORYMIRROR

Kalyani Nanda

Tragedy

3  

Kalyani Nanda

Tragedy

କହ୍ନେଇ ବିହୁନେ

କହ୍ନେଇ ବିହୁନେ

1 min
110


      କୁଞ୍ଜ ବନେ ରାଧା  ବସି ଏକା ଏକା

          ଅନେକ ଯାତନା ମନେ

       ବିରହ ବେଦନା  ସହି ତ ପାରେନା

         କୃଷ୍ଣ ଙ୍କୁ ଝୁରଇ ମନେ।।


       କଳା କୃଷ୍ଣ ବିନା  ବଂଶୀ ବି ବାଜେନା

           ଝୁରୁଛି ମଉନେ ରାଧା

       ଗୋପ ର ଲଳନା  ଝୁରେ ଏକା ଏକା

           ଝୁରେ କଦମ୍ବ ଯମୁନା ।


        ଗୋପ ଦାଣ୍ଡ ଖାଁ ଖାଁ  କଳା କୃଷ୍ଣ ବିନା

           କଦମ୍ବ ମୂଳେ ଯେ ରାଧା

        ବିରହ ବେଦନା‌   ସହି ତ ପାରେନା

            କାନ୍ଦୁ ଥାଏ ଏକା ଏକା ।


        କଳା କୃଷ୍ଣ ବିନା    ଶୁଭୁନି ଗୋ ହମ୍ବା

            କାନ୍ଦଇ ଯଶୋଦା ମାତେ 

         ମୟୂର ଚୁଳିଆ   ଗୋପ କରି ଏକା

            ଯାଇଛି ମଥୁରା ଯାତେ ।

        

 

 

  

        

        

       



Rate this content
Log in

Similar oriya poem from Tragedy