STORYMIRROR

Priyadarsini Das

Tragedy

3  

Priyadarsini Das

Tragedy

କିଏ କହିଲା ?

କିଏ କହିଲା ?

1 min
210


କିଏ କହିଲା ...

ପୁରୁଷ ନାରୀ କଥା ଚିନ୍ତା କରେନା, 

କିଏ କହିଲା 

ପୁରୁଷ ନାରୀ ର ଗୁଣ କୁ ଚିନ୍ହେ ନା ......।


ତାହେଲେ ଟିକିଏ ଦେଖି ଦିଅନ୍ତୁ ନା ...

ଘର ର ଭୁଲ ପାଇଁ , 

ପୁରୁଷ କାହାକୁ ଦାୟୀ କରେ ...?

ସମ୍ପର୍କ ର କିଛି ଅସଜଡା ରେ

ପୁରୁଷ କାହାକୁ ଦାୟୀ କରେ ...?

ନିଜ ପିଲା ର ସାମାନ୍ୟ ଖଣ୍ଡିଆ ରେ 

ପୁରୁଷ କାହାକୁ ଦାୟୀ କରେ ...?

ନିଜ କବିତାର ସୌନ୍ଦର୍ଯ୍ୟ ପାଇଁ , 

ପୁରୁଷ କାହା କଥା ଲେଖେ ..?


ବିନା ନାରୀ ରେ ତାଙ୍କ କଲମ ଚାଲେନି, 

କଳ୍ପନା ସବୁ ଅଟକି ଯାଏ , 

ଭାବନା ସବୁ ହଜି ଯାଏ , 

ସୁନ୍ଦରତା ବୋଲି ଶବ୍ଦ ବିନା ନାରୀ ରେ 

କେଉଁଠି ନିଜ ଠିକଣା ହଜେଇ ଦିଏ ....।


କିଏ କହିଲା ....?

ପୁରୁଷ ନାରୀ କୁ ଖୋଜେନା ......

ଖୋଜେ 

ବହୁତ୍ ଖୋଜେ,

ଯେବେ ନିଜେ ନିଜର ଅସ୍ତିତ୍ବ ଖୋଜେ , 

ସେତେବେଳେ ନାରୀ ଟିଏ ହିଁ ଥାଏ ,


ଯେତେବେଳେ କନ୍ୟା ର ସ୍ନେହ ପାଇଁ ବିକଳ ହୁଏ , 

ସେତେବେଳେ ନାରୀ ଟେ ଥାଏ ....,

ଯେତେବେଳେ ପ୍ରେମିକା ପାଇଁ ପାଗଳ ହୁଏ , 

ସେଇ ନାରୀ ଟେ ଥାଏ , 

ଯେବେ ରାକ୍ଷୀ ରେ , 

ରକ୍ଷା ବନ୍ଧନ ର ସୂତା ରେ ଦରକାର , 

ସେତେବେଳେ ନାରୀ ଟେ ହିଁ ଥାଏ .....।


କିଏ କହିଲା ...?

ପୁରୁଷ ନାରୀ କୁ ଖୋଜେ ନା .....।

ଖୋଜେ .....

କେବେ ସୁଖ ରେ ଖୋଜେ , 

କେବେ ଦୁଃଖ ରେ , 

କେବେ ରାଗ ରେ ଖୋଜେ , 

କେବେ ଶାନ୍ତ ମନ ରେ ......,


କେବେ ନାନା ଚିନ୍ତା ରେ ହାରି ଯାଇ , 

କୋଳ ଟିଏ ଖୋଜେ , 

ମୁଣ୍ଡ ଥାପିବାକୁ , 

କେବେ ଫାଙ୍କା ରାସ୍ତା ରେ ଖୋଜେ , 

ହାତ ଧରି ଚାଲିବାକୁ ....।


କିଏ କହିଲା ....?

ପୁରୁଷ ଦରକାର କରେନି ନାରୀ କୁ ...?

ଦରକାର କରେ

ପ୍ରତି ମୁହୂର୍ତ୍ତରେ

ଖାଲି ନିଜ ଶବ୍ଦ ରେ ସେ କେବେ 

କହିବା ଶିଖି ପାରେନି

କିନ୍ତୁ ଖୋଜେ

ସବୁ ମୁହୂର୍ତ୍ତ ରେ .........।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy