ରାକ୍ଷୀ ମୋ ରହିଲା ସାଖି
ରାକ୍ଷୀ ମୋ ରହିଲା ସାଖି
ବରଷକ ପରେ ଆସେ ଏ ପୁନେଇଁ
ସେନେହଁ ସରାଗ ନେଇ
ମମତା ଡୋରିରେ ବାନ୍ଧିରଖିବାକୁ
ଭାଇ ଭଉଣୀଙ୍କ ପାଇଁ
ପିସାଚ ସାଜିଲା ଭଉଣୀ ଉପରେ
ଏମିତି ଘଟିଲା କାହିଁ
ବରଷକ ପରେ ଆସେ ଏ ପୁନେଇଁ
ସେନେହଁ ସରାଗ ନେଇ ।
ଭାଇ ଆସି ଦେଖେ ଭଉଣୀକୁ ତାର
ମୁକୁଳା ଶରୀର ଶୋଇ
କିଏ ନରାଧମ ଏଡ଼େ କାଣ୍ଡ କରି
ଭଉଣୀ ମୋ ଜିଇଁ ନାହିଁ
କ୍ଷତବିକ୍ଷତ ତା ଶରୀର ପଡିଛି
ସୁରକ୍ଷା ମୁଁ ଦେଲି ନାଇଁ
କେତେ ବିକଳରେ ମୋତେ ଡାକିଥିବ
ଧିକ ମୋ ଜୀବନ ଏହି
ସେନେହଁ ରଙ୍କୁଣୀ ହତଭାଗିନୀଟା
ମୋ ପାଇଁ ଜୀବନ ଦେଇ
ବରଷକ ପରେ ଆସେ ଏ ପୁନେଇଁ
ସେନେହଁ ସରାଗ ନେଇ ।
ରାକ୍ଷୀ ଅଛି ସାଖି କରୁଛି ଶପଥ
ତା କାନି ବାନ୍ଧି ମୋ ହାତେ
ନର ରାକ୍ଷସ କୁ ଛାଡିବିନି କେବେ
ତା ରକ୍ତ ପିଇବି ସତେ
ସେଇଦିନ ମୋର ଭଉଣୀ ପାଉଣା
ଶୁଝିଦେବି କଳ୍କୀ ମୁହିଁ
ବରଷକ ପରେ ଆସେ ଏ ପୁନେଇଁ
ସେନେହଁ ସରାଗ ନେଇ ।
