STORYMIRROR

Panchanan Jena

Tragedy

3  

Panchanan Jena

Tragedy

ବାଉଁଶ କଣ୍ଟା

ବାଉଁଶ କଣ୍ଟା

1 min
178


ନିଜ ଉପରେ ପରୀକ୍ଷା କରୁ କରୁ

ସମୀକ୍ଷା ନିରୀକ୍ଷା ସାରୁ ସାରୁ

ବୟସ ପାଵଚ୍ଛରେ 

ଅନେକ ଶ୍ରାବଣ ପଛରେ


ଛୋଟ ଛୋଟ କଥାରେ 

ସଂପର୍କର ଅଠାକାଠି ଯୋଡେ- ଭାଙ୍ଗେ

ଏକ ଶହ ଚାଲିଶ କୋଟି ଭିଡ଼ରୁ

ଗଣ୍ଡେ ଦୁଇଗଣ୍ଡା ମଣିଷଙ୍କୁ ଆପଣାର

କରି ପାରିଲିନି 

ତ୍ୟାଗ ନିଷ୍ଠା ବଳିଦାନ ପରେ ପରେ

ସାହାଯ୍ୟ କରି କରି ଝାଳେଇ ଗଲାପରେ 


ଅବଶୋଷର ବାଉଁଶ କଣ୍ଟା ଫୋଡି କହେ

ଆସିଥିଲୁ ଏକା 

ଏକୋଇର ବଳା

ଯିବା ବେଳକୁ ବି ସେହି ଏକା

ସବୁ ସ୍ୱାର୍ଥରେ ବୋଳା ।


ଭାବ- ଭାବନାରେ କିଛି ଚିତା କାଟିଲେ

ଅଭାବ - ସ୍ୱଭାବ କାରଣରୁ ଦଳେ ଦଉଡି କାଟିଲେ

ପ୍ରଭାବ ପ୍ରସନ୍ନତାକୁ ନେଇ ବହୁତ ମୁଁହ ଫୁଲେଇଲେ 


ଜୀବନର ଅପରାହ୍ନ ଆସନ୍ନ

କାନ ମୂଳରେ କଳା ବାହୁରୀ ବାଳରେ

ଧୋବ ଧାଉଳିଆ ଚିହ୍ନ 

ଯେମିତି ଘନଘୋର କଳା ମିଟି ମିଟି

ଅନ୍ଧାର ରାତିରେ

କେଇ ଯୋଡ଼ା ତାରାଙ୍କିତ ବର୍ଣ୍ଣ

ଲାଗୁଛି ମରୁ ବାଲିରେ

ଫୁଟିଛି ଶୁଭ୍ର ଶାରଦୀୟ ପର୍ଣ୍ଣ ।


ନୂଆ ଘଟ ଦେଖିଲାଣି ମନ

ମୋ ଜିବାତ୍ମା କରିବ ଘର

ମାଟି ଘଟ ଛାଡି କରିବ ପ୍ରସ୍ଥାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy