STORYMIRROR

Bishnupriya Panda

Tragedy

3  

Bishnupriya Panda

Tragedy

ହେ ଚକାନୟନ

ହେ ଚକାନୟନ

1 min
170


ହେ ଚକାନୟନ ହେ ଜଗଜୀବନ

ମାନିବୁ ମୋକଥା ଥରେ ରହିଲା ରାଣ l

ତୋହ ଇଛା ରେ ତୁହି ଚଳିଣ ଥାଉ

କାହାରି ଶାସନ କେବେ ମାନି ନ ଥାଉ

ତୋହପରେ ଶାସନ କରିବାକୁ ମୋ ମନ

ମୋ ମନ ଜାଣିକରି ବlରେ ଦେବୁ ଦରଶନ

ତୋ ସାଥେ କଥା ହେବାକୁ ହୁଏ ମୋ ମନ l ହେ ଚକାନୟନ

ଆର ଜନମେ ତୋତେ ପାଳିବି ମୁହିଁ

ବଦମାସ ପଣ ତୋର ଦେବି ଛଡାଇ

ଅନୁଗ୍ରହ କରିବୁ ପୁଅ ମୋ ହୋଇ ଯିବୁ

କଡା ଶାସନେ ରହି ଛନ୍ଦ କପଟ ଛାଡ଼ିବୁ

ମାୟାକୁ ଭୁଲିଯିବୁ ମାୟାଧର ନୋହିବୁ

ସୁନ୍ଦର ଚାହାଁଣୀରେଭୁଲାଇବୁ ତୁ ମନ l

ହେ ଚକା ନୟନ

ବିପଦେ ଆପଦେ ସାହା ହୋଇବୁ ହରି

କୁଟ କପିଟିଆ ଭାବ ଦେବୁ ପାସୋରି 

ଲଗାଇ ଚନ୍ଦନ ଚିତା ହେବୁ ଜଗତ ଜିତା

ଦୁଃଖ ହରଣ କରିବୁ ତୁତ ଜଗତ କର୍ତ୍ତା

ଯାହାକର ପଛେ ରୋଗ ନଦେବୁ ଧନ l ହେ ଚକାନୟନ ହେ ଜଗଜୀବନ ମାନିବୁ ମୋ କଥା ଥରେ ରହିଲା ରାଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy