STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ମାନ୍ୟତା ମିଳୁ ସମାଜେ

ମାନ୍ୟତା ମିଳୁ ସମାଜେ

1 min
342

କେଉଁ ଅପରାଧ କଲି ଜୀବନରେ

  ବୁଝି ତାହା ପାରୁ ନାହିଁ,

କରୁ ଥିଲି ପ୍ରେମ ବିବାହ କରିଲି

  କିମ୍ପା ଦୁଃଖ ମିଳେ ତହିଁ ।


କିମ୍ପା ଜାତିବାଦ ଯନ୍ତ୍ରଣା ଦେଉଛି

  ଶୁଦ୍ର ଜାତି ମୋର ଅଟେ, 

ସ୍ବାମୀ ପରା ମୋର ଉଚ୍ଚତା ଜାତିର

  ଦୁଃଖରେ ଜୀବନ କଟେ।


ସ୍ବାମୀଙ୍କ ମନରେ ନାହିଁ ସେହୁ ଭାବ

  ଅଗାଧ ପ୍ରେମ ତାଙ୍କରେ,

ଦୁଇ ଆତ୍ମା ଯହିଁ ଏକ ହୋଇ ଅଛି

  କିପରି ବର୍ଣ୍ଣିବି ତାରେ।


ଶାଶୁ ଓ ଶଶୁର ନାହାନ୍ତି ଟି ଖୁସି

  ଶୁଦ୍ର ଜାତି ପରା ମୁହିଁ,

ସମାଜ ଆକ୍ଷେପ ଶୁଣେ ପୁଣି ତହିଁ

  ସହିବି କିପରି ମୁହିଁ।


ପବିତ୍ର ପ୍ରେମ ଏ ଆତ୍ମାର ମିଳନ

  ସ୍ବାର୍ଥର କାମନା କାହିଁ,

ରାଜିନାମା ଦ୍ବାରା ବିବାହ ଆମର

  କିମ୍ପା ଜାତିଭେଦ ତହିଁ।


କରେ ମର୍ମାହତ ସମାଜ ସଂସ୍କୃତି

  ଦେଉଛି କଷ୍ଟ ଜୀବନେ,

ଦୂର କର ପ୍ରଭୁ ହେ କରୁଣାକର

  ମାନ୍ୟତା ମିଳୁ ଜୀବନେ।


ସ୍ବାମୀ ମୋର ପରା ଅତି ସେ ସରଳ

  ସାକ୍ଷାତେ ଦେବତା ସେହୁ

ସାନ୍ତ୍ବନା ଦିଅନ୍ତି ମଧୁର ବଚନେ

   ଜ୍ଞାନ ପ୍ରତିମୂର୍ତ୍ତି ଯେହୁ।


ଏ ସମାଜ କିମ୍ପା ଜାତିରେ ଜଡ଼ିତ

  ଜାତି ଭାବ କିମ୍ପା ଏଠି?

ନାରୀ ଓ ପୁରୁଷ ଦୁଇ ଜାତି ଭବେ

   ପ୍ରମାଣ ଶାସ୍ତ୍ରରେ ଏଠି।


କର୍ମ ଅନୁରୂପେ ଜାତିବାଦ ଏଠି

   ଶାସ୍ତ୍ରେ ପରା ଦୁଇ ଜାତି,

ନାରୀ ଓ ପୁରୁଷ ଦୁଇ ଜାତି ଏଠି

   ପଢିଛେ ଶାସ୍ତ୍ରରେ ନିତି।


ଭୋଟ୍ ପାଇଁ ନେତା କରେ ଜାତିବାଦ

   ନିଜ ସ୍ବାର୍ଥ ପାଇଁ ଭବେ,

ସେହୁ ଜାତିବାଦ ହେଉଛି ଯନ୍ତ୍ରଣା

   କରେ କଳଙ୍କିତ ଭବେ।


ନିସ୍ବାର୍ଥ ପ୍ରେମର ପତିବ୍ରତା ଧର୍ମ

  କାହିଁ ପାଇଁ ଜାତିବାଦ, 

ସମାଜ କୁପ୍ରଥା କରେ କଳଙ୍କିତ

  କରେ ପ୍ରେମ ଆର୍ତ୍ତନାଦ।


ଆହେ ଜଗନ୍ନାଥ ଜଗତର ନାଥ

  ଚକାନୟନରେ ଦେଖ,

ଅପରାଧ ମୁହିଁ କରି ନାହିଁ କିଛି

  ପ୍ରେମ ପତିବ୍ରତା ରଖ।


ସବୁତ ଭିଆଣ ତହରି କାଳିଆ

   ଜାଣି ଅଛୁ ସବୁ କିଛି,

ଦୁଇ ଆତ୍ମା ତହିଁ କରିଛୁ ମିଳନ

   ପତିପତ୍ନୀ ରୂପେ ବାଛି।


ସମାଜେ ମାନ୍ୟତା ମିଳୁରେ କାଳିଆ

   ତହିଁ ଆଲୋଚନା ନହୁ,

ଶାଶୁ ଶଶୁରଙ୍କ ପ୍ରେମ ମିଳୁ ମୋତେ

   ତହିଁ ଜାତିବାଦ ନହୁ।


ମିଳୁ ଟି ମାନ୍ୟତା ଆମ ଦୁହିଙ୍କରେ

   ମାନ୍ୟତା ମିଳୁ ଗୃହରେ,

ପୁତ୍ର ବଧୁ ପରି ସ୍ବୀକାର ହେଉରେ

   ଆଦର ହେଉ ଗୃହରେ।


ତୁହିରେ ଭରୋସା ଅନାଦି ଅନନ୍ତ

   ଆନନ୍ଦେ କଟୁ ଜୀବନ,

ଦାମ୍ପତ୍ୟ ଜୀବନେ ଦିଅ କୃପାଦୃଷ୍ଟି

   କଷ୍ଟେ ନବିତୁ ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy