STORYMIRROR

Rasmita Behera

Comedy Inspirational

4  

Rasmita Behera

Comedy Inspirational

ସ୍ୱାମୀ ମୋ ସିଙ୍ଗିଲ (ଭାଗ-7)

ସ୍ୱାମୀ ମୋ ସିଙ୍ଗିଲ (ଭାଗ-7)

1 min
242

ଲଭଲି ହୋଇକରି ଉତ୍ତର ଦେଲି

   ଡାକ୍ତରଖାନାରେ ଏବେ

ବ୍ୟସ୍ତ ହୁଅ ନାହିଁ କଲ ମୁଁ କରିବି

  ଫାଙ୍କା ହେବି ପ୍ରିୟ ଯେବେ ।


ପ୍ରେମିକ ରୂପରେ ପାଇଛି ତୁମକୁ 

   ମୁହିଁ କେଡେ ଭାଗ୍ୟବତୀ

ପର ଦୁଃଖ ଦେଖି ଯାହା ହୃଦ କାନ୍ଦେ

   ସିଏ ହେବ ମୋର ପତି ।


କହିଲି ସ୍ୱାମୀଙ୍କୁ ଦେଖା ହେବ ଆମ 

   ଭଲ ହୋଇଯାଉ ଭାଇ

ସ୍ୱପ୍ନରେ ଆସିବି ତୁମର ଆଜି ମୁଁ

  ଶୋଇ ପଡ ଖାଇ ଦେଇ।


ମନେ ମନେ ପୁଣି ଭାବୁଥିଲି ମୁହିଁ 

    ଟଙ୍କା ଆଉ ମାଗିବିନି

କାଳେ ସ୍ୱାମୀ ଯଦି ସନ୍ଦେହ କରିବେ

    ଭାବିବେ ମୁଁ ବେଇମାନୀ ।


"ମିସ୍ ୟୁ" ଲେଖି ମୁଁ ପଠାଇଲି ତାଙ୍କୁ 

   ସାଥୀରେ ଗୋଲାପ ଫୁଲ 

ସ୍ୱାମୀ ମୋର ହୃଦ ଷ୍ଟିକର ସହିତ

    ସୁଝି ଦେଲେ ପ୍ରେମ ମୂଲ ।


ଆହୁରି କହିଲେ ଲଭଲି ମୋହର 

    ଯତ୍ନ ତୁମ ନେଉଥିବ

ଡାକ୍ତରଖାନାରେ ମଶା ଯେ ପ୍ରବଳ 

   ଦେଖି ଚାହିଁ ଶୋଉଥିବ।


ମନ କଷ୍ଟ ଆଦୌ କରିବନି ଜମା

  ପାଖେ ପାଖେ ମୁହିଁ ଅଛି

ଭଲ ମନ୍ଦ ତୁମ ବୁଝିବି ଏଥର

  ଖୁସିକୁ ଆଣିବି ବାଛି ।

  

ପର ଝିଅ ପାଇଁ ସ୍ୱାମୀଙ୍କର ବହେ 

    ହୃଦୟରେ ବହୁ ବ୍ୟଥା

ସହଧର୍ମିଣୀର ଦୁଃଖ ନ ଶୁଣନ୍ତି   

   ପଚାରିବା ଦୂର କଥା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy