ଚୋରି ଚୋରି ଖଟା ମିଠା
ଚୋରି ଚୋରି ଖଟା ମିଠା
ଦିନେ ମୁଁ ରାତିରେ ସପନ ଦେଖିଲି
ଜହ୍ନ ନାହିଁ ଆକାଶରେ
କଳା ମିଚି ମିଚି ଅନ୍ଧାର ଦିଶୁଛି
ବାହାରିଲି ଏକାନ୍ତରେ ।
ବଳିଆ ତୋଟାରେ ଦେଖି ଥିଲି ଆମ୍ବ
ଚୋରି କରିବାକୁ ମନ
ସେଇଥି ପାଇଁକି ପାହାନ୍ତିଆ ବେଳେ
ଆଖିରେ ଭାସେ ସପନ ।
ଗଛରେ ଚଢିଛି ଆମ୍ବ ତୋଳିବାକୁ
ବୁଢ଼ି ଆସେ ନଇଁ ନଇଁ
ଚୁପ ହୋଇ ଯେବେ ବସିଲି ଡାଳରେ
ଦେଖେ ବୁଡି ନୁହେଁ ସେହି ।
ଦେହରୁ ଚାଦର ତଳେ ପକାଇଲା
ଚଢିଲା ଗଛ ଉପରେ
ତାକୁ ଦେଖି ମୋର ଦେହ ଥରୁ ଥିଲା
ଯେସନେ ବରଡା ଥରେ ।
ମୋତେ ଦେଖି କୁହେ ତୁହି ତ ଚୋରଣୀ
ମୁଁ ତୋର ରସିଆ ଚୋର
ଗଛଟାକୁ ଆମ୍ଭେ ସଫା କରି ଦେବା
କାହିଁକି କରୁଚୁ ଡର ।
ଆମେ ଦୁହେଁ ଯେବେ ସଂସାର କରିବା
ସମାଜର ଦେବା ଲାଭ
ଯା ଘରେ ନାଇଁ ଲୋ ଆମ୍ବ କଷିଟିଏ
ତା ଘରକୁ ହେବା ଶୁଭ ।
ବେଳୁ ବେଳ ତାର ସାହାସ ବଢୁଛି
କେମିତି ପାଇବି ମୁକ୍ତ
ହଁ ଟାଏ ମାରି ଗଛରୁ ଡେଇଁଲି
ମୁଁ ତୁମର ପ୍ରିୟ ଭକ୍ତ ।
ସପନେ ତୋଳିଲି ଯେତେ ପକ୍ୱ ଆମ୍ବ
ସେଥିରେ ନଥିଲା ମିଠା
ସେଇ ଦୁଇ ପଦ ମନେ କଲା ଘର
ସତେ କି ଲାଗିଛି ଅଠା ।

