STORYMIRROR

Jayashree Maharana

Comedy Others

3  

Jayashree Maharana

Comedy Others

ଆମ୍ବଚୋରି

ଆମ୍ବଚୋରି

1 min
182

ଖରା ଆସିଗଲେ ବାଡ଼ି ବଗିଚାରେ

ମହ ମହ ବାସେ ପାଚିଲା ଆମ୍ବ

ନଜର ପଡିଲେ ତୋଳି ଆଣିବାକୁ

କିଏ ସେ ନିଜକୁ ରୋକି ପାରିବ ।


ସାଙ୍ଗ ହୋଇ ଦିନେ ଯାଉଥିଲୁ ଆମେ

ଦୁଇ ତିନିଜଣ ଖରାବେଳରେ

ନିଧି ବୁଢ଼ାଘର ଆମ୍ବ ଗଛ ଡାଳେ

ଝୁଲୁଥିଲେ ଆମ୍ବ ଭାରି ଖୁସିରେ ।


କିଛି ନ ବିଚାରି ପଶିଗଲୁ ଆମେ 

ଝଡେଇବୁ ବୋଲି ଟେକାକୁ ମାରି

ପାଖ ବୁଦାମୂଳେ ଖସ ଖାସ୍ ଶୁଣି

ଦଉଡିଲୁ ଭୟେ ଜୀବନ ଧରି ।


କିଛି ଦୂର ପରେ ଅଟକି ଚାହିଁଲୁ

ଦେଖିଲୁ ବିରାଡ଼ି ହୋଇଛି ଠିଆ

ଭୂତ ବୋଲି ମନେ ଭାବିଥିଲୁ ତାକୁ

ସେଥିପାଇଁ ହୋଇଥିଲୁ ଛାନିଆଁ ।


ହସି ହସି ଆମେ ବେଦମ ହୋଇଲୁ

ଆମ୍ବ ଚୋରି କିନ୍ତୁ ହେଲା ବିଫଳ

ପାଚିଲା ଆମ୍ବର ରସ ଚାଖିବାକୁ

ମନେ ରହିଗଲା ମନ ବିକଳ ।



Rate this content
Log in

Similar oriya poem from Comedy