STORYMIRROR

Rasmita Behera

Comedy Tragedy Inspirational

3  

Rasmita Behera

Comedy Tragedy Inspirational

ସ୍ୱାମୀ ମୋ ସିଙ୍ଗଲଭାଗ-4

ସ୍ୱାମୀ ମୋ ସିଙ୍ଗଲଭାଗ-4

1 min
259

ମୁହଁରୁ କପଡା ଖୋଲ ମୋ ଲଭଲି

   ଅନୁରୋଧ ସ୍ୱାମୀ କଲେ

କହିଲି ମୁଁ ତାଙ୍କୁ  "ପ୍ରେମ କମିଯିବ

  ମୁହଁ ମୋର ଦେଖିଦେଲେ,

  ଜ୍ୟୋତିଷଟେ କହିଥିଲେ"... 

ସେଥିପାଇଁ ପରା ତୁମକୁ ଫୋନରେ  

   ଫଟୋ ମୁହିଁ ପଠାଇଛି

ଫଟୋରେ ଯେମିତି ସତରେ ସେମିତି

   ରାଣ ଧନ ଖାଉଅଛି....

କଣ ଖାଇବ କି କିଣିବ ଲଭଲି

   ପଚାରିଲେ ସ୍ୱାମୀ ମୋର

ମନା କଲି ତାଙ୍କୁ କିଛି ଖାଇବିନି

   ଉପବାସ ହେବ ଦୂର

   ମୁହଁ ଦେଖିଦେବେ ଡର....

ଜିଦିକରି ମୋତେ ମଲକୁ ତ ସିଏ

  ସପିଂ ପାଇଁ ନେଇଗଲେ

ଲୁଗା ପାଖରୁ କସମେଟିକ୍ ଯାଏଁ

   ସବୁ କିଛି କିଣିଦେଲେ....

ମିଛେ ମନ ଦୁଃଖ କରି ମୁଁ କହିଲି

   ଘରକୁ ଯାଉଛି ଯିବି

ମୋ ଭାଇର ଦେହ ବହୁତ ଖରାପ

   ଟଙ୍କା କିଛି ଯୋଗାଡିବି....

ସଙ୍ଗେ ସଙ୍ଗେ ସ୍ୱାମୀ କଥା ନସରୁଣୁ

 ଟଙ୍କା ମେଞ୍ଚେ ମୋତେ ଦେଲେ

ଆଉ ଯଦି ତୁମ  ଦରକାର ହୁଏ

   କହିବ ମୁଁ କଲ୍ କଲେ...

ଘରେ ମୁଁ ପହଁଞ୍ଚି ଡ୍ରେସ ବଦଳାଇ

   ପତ୍ନୀ ତାଙ୍କ ହୋଇଗଲି

ଯାହା ଲଭଲିକୁ ଦେଇଥିଲେ ସିଏ

   ବାକ୍ସରେ ଲୁଚାଇ ଦେଲି... ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy