STORYMIRROR

CHINMAYEE PRADHAN

Abstract Comedy Classics

4  

CHINMAYEE PRADHAN

Abstract Comedy Classics

ସମୟ ସୁଅରେ

ସମୟ ସୁଅରେ

1 min
435


ସମୟ ସୁଅରେ ଶୁଷ୍କତୃଣ ପରି ଭାସିଚାଲେ 

ଆଗକୁ ଆଗକୁ କେବଳ ଆଗକୁ, 

ତାର ପ୍ରଖର ସ୍ରୋତରେ ଭସେଇ ନେଲେ ସେ 

ଫେରି ହୁଏନାହିଁ ପଛକୁ। 


ଭାସୁ ଭାସୁ ଏଇ ସୁଅରେ ସାଉଁଟି ନିଅନ୍ତି କି

ପୁଳା ପୁଳା ଖୁସିର ମୁହୂର୍ତ୍ତକୁ, 

ପ୍ରକୃତିର ଗନ୍ତାଘରୁ ଆହରଣ କରନ୍ତି କି

ଅପରୂପ ଅନୁପମ ସୌନ୍ଦର୍ଯ୍ୟକୁ। 


ସହଜରେ ଆଡେଇଦେଇ ଚାଲି ଯାଆନ୍ତି କି

ଜୀବନର ସବୁ ଝଡଝଞାକୁ, 

ନିମିଷକ ମଧ୍ୟେ ଲିଭେଇ ଦେଇ ପାରନ୍ତି କି

ହୃଦୟର ସବୁତକ କ୍ଷତକୁ। 


ଗ୍ରୀଷ୍ମର ତାତିରେ ଜଳେଇ ଦେଇ ପାରନ୍ତି କି 

ଅତୀତର ଅଭୁଲା ସେ ସ୍ମୃତିକୁ, 

ବର୍ଷାର ବିନ୍ଦୁରେ ଭିଜେଇ ଦେଇ ପାରନ୍ତି କି 

ଅନ୍ତରର ଦଗ୍ଧ ସବୁ କୋହକୁ। 


ଶୀତର କାଠୁଆ ଜାଡରେ ପାଇ ପାରନ୍ତି କି

ପ୍ରିୟ ଜନର ପ୍ରୀତି ଉଷ୍ମତାକୁ,

ବସନ୍ତର ମୃଦୁ ମଳୟରେ ଖୋଜି ପାଆନ୍ତି କି

ଜୀବନର ସେ ଶାଶ୍ୱତ ପ୍ରେମକୁ। 


ଶକ୍ତିର ଆଧାର ସୂର୍ଯ୍ୟଠୁଁ ପାଇ ପାରନ୍ତି କି 

ବଞ୍ଚିବାର ନୂତନ ଉତ୍ସକୁ, 

ଜୀବନ ଶେଷ ସମୟରେ ପାଇ ପାରନ୍ତି କି 

ସ୍ବଂୟଭୁଙ୍କର ଅପାର କୃପାକୁ। 


ସବିତା ଉଇଁଲେ ଅସ୍ତ ତ ହୋଇବ ନିଶ୍ଚେ

ପ୍ରତୀକ୍ଷା ଆଗାମୀ ଦିନକୁ,

ହେଲେ ସେ କଳା ବାଦଲ ଯଦି ଘୋଡ଼େଇ ଦିଏ 

ସେଇ ନୂତନତା ର ଆବାହନୀକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract