STORYMIRROR

Kabiratna Nutan Kumar Behera

Comedy Fantasy

4  

Kabiratna Nutan Kumar Behera

Comedy Fantasy

ଘରଣୀ ମାପ୍ କର

ଘରଣୀ ମାପ୍ କର

1 min
281


ସକାଳୁ ସକାଳୁ କାହିଁକି କେଜାଣି 

ମୋ ଘରଣୀଙ୍କ ମନ ଆକାଶେ 

ଉଠି ଆସିଲା ହଠାତ୍ ଏକ ଅଶାନ୍ତ ଝଡ, 

ରାଗେ ଫଁ ଫଁ ପାଦ କଚାଡି ହାତ ଝାଡି 

ମୋ ଆଗେ ଦାନ୍ତ କଲା କଡ଼ମଡ଼। 

କର୍କଶ ଭାଷାରେ ଗାଳି ଗୁଲଜର 

ଦେଇ ସେ ଗରମା ଗରମ ବାମ୍ଫ, 

ଖସେଇ ଦେଲା ମୋ ମନ ଭାବନାରେ 

ପଲ୍ଲବୀ ହେଉଥିବା ପତ୍ରର ଡେମ୍ଫ। 

ଦେଖି ହେଲି ମୁଁ ଆଚମ୍ବିତ 

ଭାବିଲି ଏମିତି କେମିତି ହେଲା

ଜାଣି ପାଇଲି ନାହିଁ ତାର କିଛି ଟେର, 

ଭାବିଲି ଏମିତି କେମିତି ହେଲା 

କୁଆଡୁ ଆସିଲା ଏ ଶବ୍ଦଭେଦୀ ତୀର। 

ଢେଣା ହଣା ପକ୍ଷୀ ପରି ମୁଁ ହେଉଥିଲି 

ବିକଳେ ଧଡପଡ ଆଖିରୁ ଝରାଇ ଲୁହ,

କହିଲି ଥତମତ ହୋଇ, ଘରଣୀ ମାପ୍ କର

ନ କରି ଏତେ ଚିତ୍କାର ଥରେ ତ ଖୋଲି କୁହ?

ଗଳା ସଫା କରି କହିଲା ଉଗ୍ରପଣେ 

ଏ ବୟସେ କରୁଛ ତୁମେ ଭାବ ପିରତି,

ମୁଁ ଥାଉଁ ଥାଉଁ କରୁଛ ଏ କି ଅଜବ 

ଲାଜ ସରମର ମୁହଁ ପୋଡା କରତି। 

ହ୍ଵାଟ୍ଆପ୍ ରେ ମେସେଜ୍ ଆସିଛି 

ଗୁଡ୍ ମର୍ଣ୍ଣିଂ ଆଇ ଲଭ୍ ଇୟୁ ମାୟଁ ଡିଅର ,

ଦିନଟି ତୁମର ଭଲରେ କଟୁ 

ନିକଟରେ ସାଥେ ଦେଖା ହେବା ସିଅର। 

ମୁଁ ଦୀର୍ଘ ନିଶ୍ଵାସଟି ମାରି କହିଲି 

ଆଲୋ ମୋ ସୁନ୍ଦରୀ ମୋ ପ୍ରାଣେଶ୍ବରୀ, 

ଏ କଥା ସେମିତି କିଛି ନୁହେଁ 

ଏମିତି ସବୁ ମେସେଜ୍ ଆସେ ଉପୁରି। 

ତୁମେ ଜାଣିନ ନୂଆ ଏ ଫୋନ୍ ରେ 

ହ୍ଵାଟ୍ଆପ୍ ମୁଁ କରୁଛି ବ୍ୟବହାର,

ସାଙ୍ଗମାନଙ୍କର ଏ ସବୁ ହେଉଛି 

ଆଜିକାଲିର ସକାଳୁଆ ଉପହାର।

ସହଧର୍ମିଣୀ ମୋର ମୁରୁକି ହେଲା ହସି 

କହିଲା କହୁନ ଏ କଥା ମୋତେ ବୁଝାଇ 

କଣ ନାହିଁ କଣ ଭାବି ଯାଇଥିଲି, 

ମୁଁ କହିଲି, ଘରଣୀ ମାପ୍ କର 

ତୁମେ ତ ମୋର ସବୁଠୁ ସୁନ୍ଦର

ଆଉ ଏ କଥା ଯାଅ ମନରୁ ଭୁଲି।

ଥମିଗଲା ଆଜିର ଏ ଅଶାନ୍ତ ଝଡ, 

ବଞ୍ଚିଗଲି ହେଉ ହେଉ ଗଡବଡ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy