STORYMIRROR

Nihar Ranjan Acharya

Comedy

4  

Nihar Ranjan Acharya

Comedy

ଲାଞ୍ଚ

ଲାଞ୍ଚ

1 min
677

ଖାଇବାକୁ ଗଣ୍ଡେ ମାଗିଲି ମାଆକୁ 

ଖାଇଲେ ଯିବି କାମକୁ,

ମାଆ କହିଲା ଗାଈ ଦୁହୁଁଛି ସିଏ 

ମାଗିବୁ ଯାଆ ବୋହୂକୁ।


ସ୍ତ୍ରୀଙ୍କୁ କହିଲି ବାଢ଼ିଦିଅ ହେ ଗଣ୍ଡେ

ଡେରି ମୁଁ ହୋଇଗଲିଣି, 

ସ୍ତ୍ରୀ ମୋ' କହିଲେ ରହିଯାଅ ଟିକିଏ 

ପିଲା ସ୍କୁଲ୍ ବାହାରିଲେଣି।


ଭଉଣୀକୁ କହିଲି ଦେବୁକି ମୋତେ 

ଖାଇ ଦେଇ ମୁଁ ଯାଆନ୍ତି, 

ଭଉଣୀ କହିଲା କଲେଜ ଯାଉଛି 

ନହେଲେ ଦେଇ ଥାଆନ୍ତି।


ଏତେ କଥା ଶୁଣି ଝିଅ ମୋ' କହିଲା 

ଆସ ବାପା ବାଢି ଦେଉଛି, 

ଫେରିବା ବେଳକୁ ଚିକେନ୍ ପକଡ଼ା 

ଆଣିଥିବ ମୋ' ପାଇଁକି।


ଖୁସି ହେବି ଅବା ଦୁଃଖୀ ହେବି ବୋଲି 

ବସି ଭାବିଲି ଘଡ଼ିଏ, 

ଆଜିକାଲି କାମ ଟିକିଏ ପାଇଁକି 

ଦେବାକୁ ହୁଏ ଗୁଡ଼ିଏ।


ଶେଷରେ ବସି ବୁଝାଇଲି ମନକୁ 

କିଛି ହେଲେ ପାଇବାକୁ, 

ପ୍ରତିଦାନେ ତାକୁ ଦେବାକୁ ହିଁ ହବ 

ଲାଞ୍ଚ ଭଳି କିଛି ଚିଜକୁ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy