STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଏମିତି ମିଛୁଆ ମୁହିଁ

ଏମିତି ମିଛୁଆ ମୁହିଁ

1 min
505

ସପ୍ତାହରେ ଦୁଇପାଳି ସିନା ମୁହିଁ

   ହାଟ କରିବାକୁ ଯାଏ,

ସବୁଥର ଚଢା ରେଏଟ୍‌ରେ କିଣି

   ଶସ୍ତା ବୋଲି ଘରେ କୁହେ।

ଶସ୍ତାରେ ଆଣିଛି ଭଲ ପରିବାକୁ

    ଦେଖି ସିଏ ଖୁସି ହୁଏ,

କାଢୁଆ‌ ଗେରସ୍ତ ବୋଲି ତା' ପାଖରେ

    ଖାତିରି ମୋ ବଢ଼ିଯାଏ।

କିନ୍ତୁ ମୋ ଅନ୍ତର ‌କଥାଟାକୁ ଏକା

    ଅନ୍ତର୍ଯ୍ୟାମୀ ହିଁ ଜାଣ‌ଇ।।

ଏମିତି ମିଛୁଆ ମୁହିଁ।


ପ‌ଇସା ମୋହର କାର୍ଯ୍ୟ ବି ମୋହର

    ମୋତେ କାହିଁ ଲାଗେ ଡର,

ପୋକା‌ ପଚା ଯଦି ଭୁଲ୍‌ରେ ଆଣେ

     ପିଠି‌ ଚୋପା ଛାଡ଼େ ମୋର।

ମେଡ଼ିସିନ ପାଇଁ ଯାଏ ଯେବେ ମୁହିଁ

     ସେଥିରୁ କିଛି ମୁଁ ମାରେ,

ଘରେ ପଚାରିଲେ ଦାମ୍‍ଟି ଅଧିକ 

      କହିଥାଏ‌ ସେତେବେଳେ,

ସେଇ ପ‌ଇସାରେ ଲିପ୍‌ଷ୍ଟିକ୍ କ୍ରିମ୍

     ଆଣେ‌ ପୁଣି ତା' ପାଇଁ,

ଏମିତି ମିଛୁଆ ମୁହିଁ ।


 ଚା' ଖଟିବେଳେ‌ ସାଙ୍ଗସାଥୀ ମେଳେ

    ମୋ ସ୍ତ୍ରୀକୁ ମୁଁ ଟେକୁଥାଏ,

ହେଉ ପଛେ କାଣୀ ହେମାମାଳିନୀର

    ମାନ୍ୟତା ମୁଁ ତାକୁ ଦିଏ।

ମୋ ସାଙ୍ଗ ମାନେ ମୋ କଥା ଶୁଣି

   ଫେଁ‌ ଫେଁ ହସୁଥାନ୍ତି,

ମୋର କିନ୍ତୁ ଏହି ଫୁଟାଣି ଗପିବା

    ଆଗରୁ ଅଭ୍ୟାସ ଅଛି।

ଘରଣୀ ମୋହର କେଉଁ କିସମର

   ମୋ ଆତ୍ମା ଏକା ଜାଣ‌ଇ,

ଏମିତି ମିଛୁଆ ମୁହିଁ ।


କୋଟିରେ‌ ଗୋଟିଏ ସେହି ରାଆବାଳି

   କଳିପ୍ରିୟ କ୍ଷଣକୋପି,

ସର୍ବଦା ମୋହର ଭୁଲ୍ ଦେଖେକେବେ

   ତା' ଦୋଷ ପାରେନା ଦେଖି।

ଦେଖିବାକୁ ଗଲେ ଦୁନିଆଁରେ କେହି

   ଏମିତିକା ସ୍ଵାମୀ ନାହିଁ,

ଘରକରି ନିଜ ଘରଣୀକୁ କେବେ

    ସିଏ ଜମା ଡରେ ନାହିଁ।

ତେଣୁ ବୋଲକରା ହେଇ ମୁଁ ତାହାର

    ମହିମା ଗାଇ ବୁଲ‌ଇ

ଏମିତି ମିଛୁଆ ମୁହିଁ ।


ଡେଲି ତା' ତାଗିଦ୍ କୋଉ ଲେଡିଜକୁ

   ଫୋନ୍ ଆଜି କରିଛ କି,

ବାଟରେ ଗାଡ଼ିରେ କୋଉ ଲେଡିଜ୍‌କୁ

    ଲିଫ୍ଟ ଦେଇଅଛ‌ କି

ପ୍ରକୃତରେ ଏହି ଦୋଷ ଅଛି ମୋର

    ନାରୀଙ୍କ ସହ ମୁଁ ଗପେ‌,

ସୁନ୍ଦରୀ ମାନଙ୍କୁ ଗାଡ଼ିରେ ବସାଏ

    ଦେଖେ ଯେବେ ତାଙ୍କୁ ବାଟେ,

ଘରଣୀ ଆଗରେ ଏକଥାକୁ ଫାଙ୍କି

    ଦିଏ ମୁଁ ଭୂଆଁ ବୁଲେଇ,

ଏମିତି ମିଛୁଆ ମୁହିଁ ।


ସ୍ତ୍ରୀ ପିଲା ଛୁଆଙ୍କୁ ଖୁସିରଖିବାକୁ

   ମିଛ ଆଶ୍ରୟ ମୁଁ ନିଏ,

ଘରଣୀର ଝାଡ଼ୁ ପାହାରକୁ‌ ପରା

   ପ୍ରାଣେ ଭୟ ମୋର ଥାଏ।

ସ୍ଵାଧୀନ ଭାରତ ବର୍ଷେ ମୁହିଁ ଏକ

    ପରାଧୀନ ନାଗରିକ,

ବହୁବାର ମିଛ କହେ ଏଥିପାଇଁ

    ସଂସାର ଉନ୍ନତି ଲକ୍ଷ୍ୟ।

ତେଣୁ ଅଭିନୟ କରି ବଞ୍ଚେ ମୁହିଁ

    ସ୍ତ୍ରୀ ମନ ନେବାପାଇଁ,

ଏମିତି ମିଛୁଆ ମୁହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy