Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Comedy

4  

Kunja Bihari Dalai

Comedy

ଲାଭ

ଲାଭ

1 min
360


ଦୋକାନରୁ ଯେବେ କିଣୁଥିଲି କିଛି

କେ କଲା ପକେଟ ଫାଙ୍କା ,

ଅଧିକ ଟଙ୍କା ତ ନଥିଲା ପର୍ସରେ

ଥିଲା ମାତ୍ର ଶହେ ଟଙ୍କା ।


ତଥାପି ଥାନାରେ ଦେଲି ମୁଁ ଏତଲା

ଲେଖିଲି ସବୁ ବିସ୍ତୃତ ,

କିନ୍ତୁ ଟଙ୍କା କଥା ବଢ଼ାଇ ଲେଖିଲି

ଶହେ ସ୍ଥାନେ ପାଞ୍ଚ ଶତ ।


ଦୁଇ ଦିନ ପରେ ଚୋର ନିଜେ ଆସି

ପହଞ୍ଚିଲା ଆମ ଘରେ ,

ବିଶ୍ଵାସ ମୋହର ମଜଭୁତ ହେଲା

ଓଡ଼ିଶା ପୋଲିସ ପରେ ।


ଗୋଡ଼ ଧରି ମୋର କହିଲା ଚୋରଟି

ବଞ୍ଚାଇ ଦିଅ ହେ ବାବୁ ,

କହୁଛି ପୋଲିସ ଛାଡ଼ିଦେବି ତୋତେ

ଯେବେ ଅଧା ଟଙ୍କା ଦେବୁ ।


ଭଲଭାବେ ବାବୁ ଜାଣିଛ ପର୍ସରେ

ଥିଲା ତୁମ କେତେ ଟଙ୍କା ,

ଦୁଇଶହ ଟଙ୍କା ଦେଉଛି ତୁମକୁ

କରନାହିଁ ମୁହଁ ବଙ୍କା ।


ଦୁଇଶତ ଟଙ୍କା ଝାମ୍ପିଲି ତା ହାତୁ

ଦେଲି ତାକୁ ଆଶ୍ଵାସନା ,

ନିର୍ଭୟରେ ଯାଆ ଉଠାଇବି କେଶ୍ 

ଏବେ ମୁଁ ଯାଉଛି ଥାନା ।


ଧ୍ୟାନ ଦେଉନାହିଁ ଏବେ ମୁଁ ପର୍ସକୁ

ହେଲେ ହେଉ ପଛେ ଚୋରି ,

ଏତାଲାଟେ ଦେବି ନିଜେ ଚୋର ଆସି

ଦେବ ଦୁଇଗୁଣ କରି ।


Rate this content
Log in

Similar oriya poem from Comedy