STORYMIRROR

Arendra Kumar

Comedy

4  

Arendra Kumar

Comedy

ମାଆ ହୁଏ ଯେବେ ଶାଶୁମା

ମାଆ ହୁଏ ଯେବେ ଶାଶୁମା

1 min
328

ଆମ ଗାଁ ଝାମ୍ପୁରି କହେ ପାଟି ଚିରି

ଘର କଥା ଯାଇ ପଦାରେ

ଘର ମୋର ଆଉ ଘର ହେଇ ନାହିଁ

ହେଇଗଲା ସର୍ବନାଶ ରେ ।


ପୁଅଟା ମୋହର ମଣିଷ ହେଲାନି

ନାଚୁଚି ମାଇପ କଥାରେ

ନିଜ ଘର ଛାଡ଼ି ଭଡ଼ା ଘର ନେଇ

ରହୁଛି ଭୁବନେଶ୍ୱରରେ ।


ନିଜ ବୋପା ମାଆ ମଲେକି ବଞ୍ଚିଲେ

ସେକଥା କି ସିଏ ବୁଝୁଚି

ମାସକ ଜାକର ଦରମା ଟଙ୍କାଟା

ଶଶୁର ହାତରେ ଦଉଚି ।


ନିଜ ଭଉଣୀ ଟା ଗଣ୍ଡ ମୂର୍ଖ ହଉ 

ତାଆର କଅଣ ଜାଉଚି

ଶାଳୀ ଯିବ ବୋଲି ମହାବିଦ୍ୟାଳୟ

ସ୍କୁଟି ଖଣ୍ଡେ କିଣି ଦେଇଚି ।


ଛାଡ଼ଲ ସେ କଥା ଯିଏ ଯାହା କରୁ

ମଅର କିଅଣ ଯାଉଚି

ମୋ ଝିଅ ସୁକୁଟି ପାଠପଢ଼ା ଖର୍ଚ୍ଚ

ବଡ଼ ଜ୍ୱାଇଁ ସବୁ ବୁଝୁଚି


ଜ୍ୱାଇଁଟା ମଅର ଭାରି ବଡ଼ଲୋକ

ଗମେଣ୍ଟେ ଚାକିରୀ କରିଚି

ମାସିକ ଦରମା ଟଙ୍କାଠୁ ଅଧିକା

ଉପୁରି ତାଆର ହଉଚି ।


ଝିଅକୁ ମଅର ସପ୍ତାହକୁ ଥରେ

ସପିଙ୍ଗି ମହଲ ନଉଚି

ବରଷକୁ ଥରେ ଜ୍ୱାଇଁ କାଆରରେ

ତୀରିଥ ମୁଁ ବୋଲି ଆଉଚି ।


ପୁଅ ହେଲେ ହଉ ମାଇପ ବୁଦ୍ଧିଆ

ମୋ ଝିଅ ମୋ କଥା ବୁଝୁଚି

ଜ୍ୱାଇଁ ପଇସାରେ ଭାରି ଆନନ୍ଦରେ

ଘର ମୋର ଚଳିଯାଉଛି ।


ଝାମ୍ପୁରି କାହାଣୀ ସରିଗଲା କ୍ଷଣି

କହିଲା ଆମ ଗାଁ ପରମା

ଅଧିକାଂଶ ମାଆ ଏମିତି କୁହନ୍ତି

ହେଇଗଲା ପରେ ଶାଶୁମା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy