STORYMIRROR

Alaka Nanda

Comedy

3  

Alaka Nanda

Comedy

ଟଙ୍କା

ଟଙ୍କା

1 min
185

ସେତ ଟଙ୍କା ,ଟଙ୍କା ,ଟଙ୍କା,

ସବୁରି ମୁହଁ କରି ଦିଏ ସେ ବଂକା। 

ତା ଇଚ୍ଛା ହେଲେ ଧନୀ ସେ କରେ,

ଇଚ୍ଛା ନ ହେଲେ ଗରୀବ କରେ।

ଖାତିର ନାହିଁ କାହାକୁ ତାର,

ସେ ମାଲିକ ତାର ଇଚ୍ଛାର।

ବଡ ବଡିଆ ଙ୍କ ନାକ ଘୋଷାରେ,

ଦୁଃଖୀ ରଙ୍କି ମନ ସେ ବୁଝି ପାରେ।

ଦେଶେ ବିଦେଶେ ନାମ ବଦଳି,

ରୂପ ତାହାର ଭଳିକି ଭଳି।

ସଭିଏଁ ତାକୁ ଥାଆନ୍ତି ଡରି,

କାଳେ ହେଇଯିବ ତାଙ୍କ ବଇରି। 

ସମସ୍ତ ଙ୍କୁ ରଖି ହାତ ମୁଠାରେ,

ଧନୀ ଗରୀବ ର ବିଚାର କରେ।

ଟଙ୍କା ତ ଯିବନି ଆମ ସାଥିରେ, 

ତେଣୁ ଖର୍ଚ୍ଚ କର ଭଲ ବାଟରେ।

ତା ହେଲେ ବୁଝିବ ଟଙ୍କାର ମୂଲ।

ଜୀବନ ଟା ତେବେ ଲାଗିବ ଭଲ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy