ରସିଆ ଅଜା
ରସିଆ ଅଜା
ଅଜା କହୁଛେ ସୁନ୍ ରେ ନାତି
ଫୁପ୍ଲା ଟୁଁଡେ ପାଚ୍ଲା ଲେତି
ଲଁଡା ମୁଡ଼୍ କେ ତେଲ୍ ।
ଦେଖୁନ ଦେଖୁନ ବଏସ୍ ଗଲା
ବୁଢା କାଲେଁ ଲାଡ୍ ଗେଲ୍ ।
ନାତି କହୁଛେ ସୁନ୍ ଗୋ ଅଜା
ଆନି ଦେଇଛେଁ ଦାତ୍ରି ଖଜା
ଖାଇବୁ ବଏଲେ ଖା ।
ପାନ୍ବିଡି ଖାଇ ଆଇ ବୁଢି ସାଙ୍ଗେ
ଲାଡ଼୍ ହେବୁ ଘାଏ ଯା ।
ଆଇ ବୁଢି ମୋର୍ ପାଚ୍ଲା ମୁଡ଼ି
ଭୁଜ୍ନି ହାତେ ପିନ୍ଧିଛେ ଘଡି
ସେନ୍ଦୁର୍ ଟିକା ମାଖି ।
ଅଜା ବୁଢା କେ ଦେଖିକରି
ହେଉଛେ ଚାହାନି ଚାଖି ।
ଅଜା ବୁଢ଼ା ଥତ୍ଲୋ ପେଟା
ଆଇ ବୁଢିର୍ ଅଏଁଠା ଚଟା
ନାତିର୍ କଥା କେ ମାନି ।
କାଣା ଭାବିକରି ଧରିପକାଲା
ବୁଢିର୍ ପନତ୍ କାନି ।
ଆଇ ବିଉଟି ଦେଲା ଲେହେଁଟି
ବୁଢ଼ାର୍ ଉପ୍ରେ ପଡ଼୍ଲା ହିଟି
ମାଏଲା ମୁଲ୍କି ହଁସି।
ବୁଢା ଧଏଲା ବୁଢ଼ିର୍ ହାତ୍ କେ
ଘର୍ କେ ଗଲେ ପସି ।
ନାତି ମୁଇଁ ଦେଖି ଇଆଡ୍ ସେଆଡ୍
ଠୋ ଠୋ ଦେଲି ହଁସି ।
