ଏଇତ ଜୀବନ
ଏଇତ ଜୀବନ
ମଣିଷ ଜୀବନ ଜନ୍ମରୁ ଆରମ୍ଭ,
ମୃତ୍ୟୁ ରେ ହୁଏ ଇତି
ଆସିଥିଲୁ ଏକା ଯିବୁପୁଣି ଏକା
କେହି ହେବେନାହିଁ ସାଥି ।
ଜୀବନ ଏଠି ଏକ ଅସମାହିତ ପ୍ରଶ୍ନ
ଯାହାର ଉତ୍ତର କିଛିନାହିଁ
ମୃତ୍ୟୁ ଏଠି ଏକ ଏମିତି ଉତ୍ତର
ପ୍ରଶ୍ନ କରିବାକୁ କେହିନାହିଁ ।
ବାଟରେ ହେଉକି ବେଡ଼ରୁମରେ ହେଉ
ହେଉ ଅବା ରାଜପଥ
ହୋଟେଲରେ ହେଉକି ହସ୍ପିଟାଲରେ ହେଉ
ମୃତ୍ୟୁ ସବୁଠି ସତ ।
ବନ୍ଧୁ ପରିଜନ, ସଖା ସହୋଦର
ସମସ୍ତେ ସେଦିନ ହୋଇଯିବେ ପର
ଅଫେରା ରାଇଜେ ଫେରିଯିବା ଦିନେ
ଫେରିବାନି ଆଉ କେବେ
ମାୟା ସଂସାର ର ମୋହ ତୁଟିଯିବ
ମୃତ୍ୟୁ ଆସିବ ଯେବେ ।
ଆମେ ଦିନେ ନିଶ୍ଚୟ ମରିବା
ଏ ସଂସାରକୁ ବିଦାୟ କହିବା
ସରିଯିବ ମୋବାଇଲ ସମ ଜୀବନର ସମସ୍ତ ଆୟୁଷ
ମିସ କଲ ବି ଆଉ କରିବେନି କେହି
ମାୟା ମୋହ ସବୁ ହେବ ଶେଷ ।
ମୃତ୍ୟୁ ଏଠି ବାସ୍ତବତା ମୃତ୍ୟୁ ଧ୍ରୁବ ସତ୍ୟ
ଖଣ୍ଡେ ଧଳାଲୁଗା ଛଖଣ୍ଡ କାଠର ସବାରି
ଖଣ୍ଡେ ଦିଆସିଲିକାଠି ଏସବୁକୁ ଜାଳିଦିଏ
ରହିଯାଏ ମୁଠାଏ ପାଉଁଶ ।