ସାମ୍ବାଦିକ
ସାମ୍ବାଦିକ
ମୁଁ ଆଉ ମୋ କଲମ,
ଏହାସହ ପୁଣି କାଗଜର ମିଶ୍ରଣ ।
ସୃଷ୍ଟି ହୁଏ ସମ୍ବାଦ ।
ସକାଳରୁ ସଞ୍ଜ, ପୁଣି ସଞ୍ଜରୁ ସକାଳ ।
ବିଭିନ୍ନ ସମସ୍ୟାରେ ଉବୁଡୁବୁ ହୋଇ, ମୁଁ ନିର୍ଧାରଣ କରେ ମୋର କର୍ମ ସ୍ଥଳ ।
ମୋର କିନ୍ତୁ, ସବୁବେଳେ ଗୋଟିଏ ସନ୍ଧାନ ଥାଏ, କିଛି ଏକ ନୂଆଁ କାହାଣୀର ।
କିଏ କହେ ମତେ ସାମ୍ବାଦିକ,
ତ ଆଉ କିଏ କହେ.... ଅନ୍ୟ କିଛି ।
ଭ୍ରୁକ୍ଷେପ କରେନି,
ପଛକୁ ଚାହେଁନି,
ଆଗେଇ ଚାଲିଥାଏ ମୋର କର୍ମସ୍ଥଳକୁ, କାହିଁକି ନା,
ମୁଁ ଗଣତନ୍ତ୍ରର ୪ର୍ଥ ସ୍ତମ୍ୱ ।
ସତରେ କେଡେ ସଂଘର୍ଷ ପୂର୍ଣ୍ଣ ଏ ଜୀବନ । ଏଠି ସମସ୍ୟା ଉପରେ ସମସ୍ୟା।
ଏସବୁକୁ ଖାତିର ନ କରି ଆଗେଇ ଚାଲିଥାଏ ମୁଁ,
କେବଳ ଖବର ପରିବେଷଣ ପାଇଁ ।
କଛି ସମସ୍ୟାକୁ ଲୋକ ଲୋଚନକୁ ଆଣିବା ପାଇଁ।
ଉପସ୍ଥାପନା କରିଥାଏ,
ନିତିଦିନ ଘଟୁଥିବା ଘଟଣାବଳୀକୁ, ଏକ ଖବର କାଗଜ ମାଧ୍ୟମରେ।
ଅଜବ ଏ ଦୁନିଆଁ, ଗଜବ ଏହାର ଚିତ୍ର ଓ ଚରିତ୍ର।
ଏଠି...
କେହି କିଛି ଦେଖନ୍ତି ନି,
କେହି କିଛି ଶୁଣନ୍ତି ନି, କେହି କିଛି କୁହନ୍ତି ନି।
ମୋ କଲମ କିନ୍ତୁ ଚିତ୍କାର କରି ଉଠେ, ଆଉ ମତେ କହେ..
ବାବୁ ଲେଖିଯାଅ .. ।
ହଠାତ୍ ମୋର ମନେପଡେ ,
ମହାଭାରତର ସେଇ କେଇପଦ ଶ୍ଳୋକ,
ୟଦା ୟଦା ହି ଧର୍ମସ୍ୟ..........
ତାପରେ ଆରମ୍ଭ କରେ ଲେଖା।
ସୁଧାରିବାକୁ ସମାଜର ଅନେକ ଅବ୍ୟବସ୍ଥାକୁ ।
ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ।
ଆଉ ଆଣିବାକୁ ପରିବର୍ତ୍ତନର ଛାପ। ।
