STORYMIRROR

ବିହାରି ମାଝୀ

Romance

3.7  

ବିହାରି ମାଝୀ

Romance

ସେଇ ଜହ୍ନ ରାତି

ସେଇ ଜହ୍ନ ରାତି

1 min
296



ସେଇ ଜହ୍ନ ରାତି 

ଯିଏ ଦିନେ ଦେବ ମତେ କିଛି ନୀତି ଶିକ୍ଷା

ଦୁଃଖ କଷ୍ଟ ସହ୍ୟ କରି,

ଛାତି କୁ ପଥର କରି, 

ଝଡ ଝଞ୍ଜା ଜୀବନ ରେ

କେବଳ ତାକୁ ହିଁ ମୁଁ କରିଛି ଅପେକ୍ଷା ।


ସେଇ ଜହ୍ନ ରାତି 

ଯିଏ ଦିନେ ଦେବ ମତେ, 

ଅପୂର୍ବ ସାହସ

ନିମିଷକ ମଧ୍ୟରେ ,

ଜୀବନର କଠୋର ପରୀକ୍ଷାର ମୁହୂର୍ତ୍ତରେ,

ପ୍ରେମର ଚାହାଣୀ ନେଇ, 

ମୋ ପ୍ରିୟାର ଅଧରରେ ଫୁଟାଇବ ହସ ।


ସେଇ ଜହ୍ନ ରାତି 

ଯିଏ ମୋର ଅତି ଆପଣାର,

ମାଦକତାର ଭଙ୍ଗୀ ନେଇ

ପ୍ରଣୟର ଗୀତ ଗାଇ

ଚୁପଚାପ କହି ଜିବ କାନେ

ଚୁମିବାକୁ ଗୋଲାପି ଅଧର ।

                     


Rate this content
Log in

Similar oriya poem from Romance