STORYMIRROR

Bihari Majhi

Others

3  

Bihari Majhi

Others

ଶୁଣ ସୁଜ୍ଞଜନେ

ଶୁଣ ସୁଜ୍ଞଜନେ

1 min
198


ଶୁଣ ଲୋ ମାଆ ଭଉଣୀ

ସତକଥା ଏହା ନୁହେଁ କାହାଣୀ ।

ସୁଜ୍ଞଜନେ..... !

ଶୁଣି ହୃଦୟ ହେବଟି ହାଣି ।

ସୁଜ୍ଞଜନେ..... !


ଆମ ରାଇଜ ଓଡ଼ିଶା

ରାଜ୍ୟ ସରକାରେ ପଡିଲା ଦସା ।

ସୁଜ୍ଞଜନେ..... !

ବିରୋଧୀ ଭିଡନ୍ତିଅଣ୍ଟା । 

ସୁଜ୍ଞଜନେ..... !


ବିଚିତ୍ର ଏଇ ଓଡ଼ିଶା

କନ୍ୟା ଭ୍ରୁଣହତ୍ୟା ଅଟେ ବେଉସା

ସୁଜ୍ଞଜନେ..... !

ଡାକ୍ତର ନେତାଏ ସେ ମିଳାମିଶା । 

ସୁଜ୍ଞଜନେ..... !


ନକଲି ଔଷଧ ମାନ

ଛାଡେ ନାହିଁ ରୋଗ କଲେ ସେବନ । 

ସୁଜ୍ଞଜନେ..... !

କେତେ ଅକାଳରେ ଯାଏ ପ୍ରାଣ । 

ସୁଜ୍ଞଜନେ..... !


ନାରୀ କରେ ରାଜନୀତି

ଯୁଦ୍ଧ ମୈଦାନ ରେ ଫୁଲାଇ ଛାତି

ସୁଜ୍ଞଜନେ..... !

ଏଣେ ସ୍ୱାମୀ ସ୍ୱାମୀ ଭେଟି ଖଟେ ନିତି । 

ସୁଜ୍ଞଜନେ..... !


ସ୍ୱୟଂସହାୟକ ଦଳ

ବିଲବାଡ଼ି ରେ ଯେ କରନ୍ତି ହଳ

ସୁଜ୍ଞଜନେ..... !

ଯାହା ସ୍ୱାମୀ ପାଇଁ ଅଟେ କାଳ । 

ସୁଜ୍ଞଜନେ..... !

 

ଆହୁରି ଅନେକ କଥା

କହି ହୁଏନାହିଁ ଘୁରାଏ ମଥା

ସୁଜ୍ଞଜନେ..... !

ଶୁଣି ମୋ ହୃଦକୁ ହୁଏ ବ୍ୟଥା । 

ସୁଜ୍ଞଜନେ..... !






Rate this content
Log in