STORYMIRROR

Chinmaya Kumar Nayak

Comedy Romance

4  

Chinmaya Kumar Nayak

Comedy Romance

କରୋନା ପ୍ରେମ

କରୋନା ପ୍ରେମ

1 min
245

କି କରିବି ଆଗୋ ପ୍ରାଣପ୍ରିୟା କହ

କେମିତି କାଟିବି ଦିନ,

ତୋ ବିନା ନିଶ୍ବାସ ସ୍ଥିର ହୋଇଯାଏ

ତୁପରା ମୋ ଅମ୍ଳଜାନ। 


ତୁମେ କି ଭାବୁଛ ତୁମ ବିନା ସୁଖେ

କଟୁଛି ମୋ ରାତି ଦିନ,

ରାତି ପାହିଯାଏ ନିତି ଉଜାଗରେ

ଘରେ ଲାଗେ ନାହିଁ ମନ। 


ମନେ ପଡ଼େ ଆମେ ମହାନଦୀ କୂଳେ

ବସି କେତେ ଗପୁଥିଲେ,

ପ୍ରେମର ସୁବର୍ଣ୍ଣ ଡେଣା ଝାଡ଼ି ଆମେ

ଆକାଶରେ ଉଡୁଥିଲେ। 


କେମିତି ବା ମନେ ପଡିବନି କୁହ

ଅଭୁଲା ସେ ପ୍ରେମଗାଥା,

ଶୋଇଯାଉଥିଲି ଅଚିନ୍ତା ନିଦରେ

ତୁମ କୋଳେ ରଖି ମଥା। 


ଯେଉଁ ବଗିଚାରେ ଆମେ ଦୁହେଁ ବସି

ବାନ୍ଧୁଥିଲୁ ପ୍ରେମ ନୀଡ଼,

ସେ ବଗିଚା ଆଜି ଜନଶୁନ୍ୟ ଲାଗେ

ମୃତ ପ୍ରାୟ ହୋଇ ଜଡ଼। 


ସାଇତି ରଖିଛି କବିତା ମୁଁ କେତେ

ତୁମକୁ କହିବି ବୋଲି,

ଶବ୍ଦ ଲିଭିଯାଏ, ଆଶା ମରିଯାଏ

ସ୍ୱପ୍ନରେ ଭାବୁଛି ଖାଲି। 


କି ହେଲା କରୋନା ମହାମାରୀ ଆଜି

ସର୍ବେ ଆଜି ଗୃହବନ୍ଦୀ,

ପ୍ରେମ ମାନୁନାହିଁ ସଟଡାଉନୁ ଆଉ

ପାରୁନି ମନକୁ ବାନ୍ଧି। 


ଶାନ୍ତ ହୁଅ ପ୍ରିୟ ହୁଅନା ଅଥୟ

ସରିଯାଉ ଏ କରୋନା,

ଆଗଭଳି ହାତ ଧରାଧରି ହୋଇ

ଚାଲିବା ନମାନି ମନା। 


ଭାବେ ଏବେ ଯାଇ ଭେଟି ମୁଁ ଆସିବି

ଖାଇ ପୋଲିସିର ମାଡ଼,

ମାସ୍କ ପିନ୍ଧା ମୁଖେ କରି ଟିକେ ଗେଲ

ଫେରି ଆସିବି ମୁଁ ଘର। 


ଆସନା ଆସନା ମୋ ଘରକୁ ଏବେ

ଗେଲ ହୋଇଯିବ କାଳ,

କିଏ ବା କହିବ ତୁମ ସହ ମିଶି

କରୋନା କରିବ ଖେଳ ।


ହଉ ତେବେ ପ୍ରିୟା ତୁମ କଥା ମାନି

ରହିବି ବାଧ୍ୟଟେ ପରି,

କେବେ ସରିବ ଏ କରୋନାର ନାଟ

ଦେଖିବି ମୁଁ ମନଭରି। 


ଦୃଢ଼ମନ କର ନହୋଇ ଅସ୍ଥିର

ରୁହ ଆଉ କିଛି ଦିନ,

ଅମାରାତି ଦିନେ ପାହିଯିବ ଶୀଘ୍ର

ହେବ ଆମ ମଧୁମିଳନ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy