STORYMIRROR

Banalaxmi Mohanty

Abstract Comedy

4  

Banalaxmi Mohanty

Abstract Comedy

ସହରୀ ବୋହୂ

ସହରୀ ବୋହୂ

1 min
258


ପୁଅ ମୋ ଆଣିଛି ସହରୀ ବୋହୂ

କି ଗୁଣ ଗାଇବି ତାହାର ମୁଁ ?

ଫୁଙ୍ଗୁଳା ମୁଣ୍ଡ ତା, ଓଢଣା ନାହିଁ 

ଫୁରୁ ଫୁରୁ କେଶ ତାର ଉଡଇ

ନମସ୍କାର ଜମା ଶିଖିନି ସିଏ 

ଯାହାକୁ ଦେଖେ ହାଲୋ ହାଏ କୁହେ।। 


ଶାଢୀ ପିନ୍ଧା ତାକୁ କଷ୍ଟ ଲାଗଇ

ଜିନ୍ସ୍, ଟଅପ, ନାଇଟି ସେ ପିନ୍ଧଇ

ଦିନ ନଅଟାରେ ସିଏ ଉଠଇ

ବେଡ୍ ଟିଇ ତାକୁ ମୁଁ ଖଞ୍ଜି ଦିଅଇ

ବ୍ରେକ୍ ଫାଷ୍ଟ ପୁଣି କରେ ତା' ପାଇଁ

ଚପଲ ପିନ୍ଧି ସେ ଘରେ ବୁଲଇ ।।


ବ୍ରେଡ୍ ଟିଇ ପିଇ ଗାଧୋଇ ଯାଏ

ଗାଧୁଆଘରେ ଘଣ୍ଟେ ବିତିଯାଏ

ଠାକୁର ପୂଜାଟା କଷ୍ଟ ତା'ପାଇଁ 

ଘଣ୍ଟା ଘଣ୍ଟା ନିଏ ମେକପ୍ ପାଇଁ 

ବ୍ରେକ୍ ଫାଷ୍ଟ ଖାଇ ମାରଇ ହାଇ

ମୋବାଇଲି ତାକୁ କରିଛି ବାଇ।। 


କହେ ମମ୍, ମୋର ନନ୍ ଭେଜ୍ ପ୍ରିୟ

ବଜାରରୁ ଟିକିଏ ମଗାଇ ଦିଅ

ମଶଲାକୁ ବାଟି ସଜାଡି ଦିଅ

କଷି କାଷି ଦେବି ମୁଁ ଯାଉଛି ରୁହ

ଡାଇନିଙ୍ଗ୍ ଟାକୁ ଦିଅ ସଜାଡି

ରୋଷେଇ ସରିଲେ ଦେବି ମୁଁ ବାଢି।


ସଞ୍ଜହେଲେ ସିଏ ସଞ୍ଜ ନଦିଏ

ସିରିଏଲ ପାଶେ ତା'ମନ ଥାଏ

ବସିଥାଏ ସିଏ ସୋଫା ଉପରେ

ସିରିଏଲ ଦେଖେ ମନ ଖୁସିରେ

ପୁଅକୁ ମୁଁ ଖୁସି କରିବା ପାଇଁ 

ସବୁ କଥାଟିକୁ ନିଏ ଚଳାଇ।। 


ଭାବିଥିଲି ପୁଅ ବାହା କରିବି

ବୁଢୀକାଳେ ଟିକେ ବିଶ୍ରାମ ନେବି

ବୋହୂ ମୋର କରିଦେବ ରୋଷେଇ

ଗୀତା ଭାଗବତ ଦେବ ଶୁଣାଇ

ସୁଖରେ କଟିବ ମୋହରି ଦିନ

ଦେଖିଥିଲି ମୁଁ ଯେ, କେତେ ସପନ।। 


ସବୁ ଆଶା ମୋ ଫସର ଫାଟିଲା

ଇଏକି ଓଲଟା ଯୁଗ ହୋଇଲା.? 

ବୋହୂକାମ ଆଜି ଶାଶୁ କରୁଛି

ମିଛେ ସିନା ଭାଗ୍ୟଟାକୁ କୋଷୁଛି

ଏକଥା କହିବ କାହାକୁ ସେ ଆଉ

କାଳିଆକୁ କହେ ଵୁଝିବୁ ତୁଉ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract