ଅନ୍ଧାର ପଥ
ଅନ୍ଧାର ପଥ
ଏକାଏକା ଚାଲୁଥିଲି ଅଂଧାର ରାସ୍ତା ରେ,
କାହୁଁ ଆସି ଦେଖା ଦେଲ ମୋହରି ରାସ୍ତା ରେ ା
ହାତେ ଧରିଥିଲ ତୁମେ ଆଲୁଅ ପ୍ରେମର,
ହତ ମୋର ଧରି ମତେ ବାଟ ଦେଖାଇଲ ା
ଆଗେଆଗେ ତୁମେ ଗଲ,ତୁମ ହାତ ଧରି,
ତୁମକୁ ଭରସା କରି ତୁମ ପଛରେ ଚାଲିଲି ା
ମୋ ପଥ ଅଂନ୍ଧାର,ସେ କଥା ଭୁଲିଗଲି,
ତୁମ ଦେଖା ପଥ କୁଂଜ ବନ ମୁଁ ମଣିଲି ା
ଭରିଦେଲ ସେ କୁଂଜେ ମୋ ଥା ରେ ସିଂଦୂର
ତୁମ ପ୍ରେମ ହେଲା ମୋ ଗଳା ର ଯେ ହାର ା
ତୁମର ସକାଳ ହେଲେ ମୋ ରାତି ପାହିଲା,
ତୁମ ରାତି ହେଲେ ମୋର ସୂର୍ଯ୍ୟ ଅସ୍ତ ହେଲା ା
ତୁମ ସାଥେ ଚାଲି ନିଜ ପଥ ମୁଁ ଭୁଲିଲି ,
ତୁମରି ପ୍ରେମରେ ମୁଁ ତ ହଜି ଯାଇ ଥଲି ା
ଛାଡିଦେଲ ହାତ ମୋର ମଝି ବାଟ ଟାରେ,
ଛାଡିଦେଇ ଚାଲିଗଲ ନିଜେ କେତେ ଦୂରେ ା
ମୋ ପଥ ତ ହେଇଗଲା ପୁଣି ଅଂଧାର,
ଏ କ୍ଷଣିକ ସୁଖ ଦେଇ କି ଲାଭ ପାଇଲ?
