Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alaka Nanda

Tragedy

4.0  

Alaka Nanda

Tragedy

ଅଭିନୟ

ଅଭିନୟ

1 min
201


ଜୀବନଟା ସାରା ରଂଗମଞ୍ଚ ପରେ

କଲି କେତେ ଅଭିନୟ,

ଆଜି ମୋର ଖାଲି ଅଭିନେତା ବୋଲି

ରହିଅଛି ପରିଚୟ ା


ମାୟା ପୁରୀର ସେ ମାୟା ନ ଜାଣି,

ମାୟାବିନୀ ସାଜିଥିଲି,

ଭଲ ପାଇବାର ଛଳନା କରି ମୁଁ

ପ୍ରେମିକାଟେ ସାଜିଥିଲି ା


ଆଜି ପୁଣି ମୋର ସେ ଅଭିନୟର

ହେଲା ଖାଲି ଅପଚୟ,

ପାଇଲିନି କିଛି ଫଳ ମୁଁ ଜୀବନେ,

କରିଗଲି ଅଭିନୟ ା


ବଂଚି ରହି ମୁଁ ମରିବାର କଲି

କେତେ ଯେ ମିଛ ବାହାନା,

ଭଲ ନ ପାଇ ବି ଭଲ ପାଇବାର 

କଲି କେତେ ମୁଁ ଛଳନା ା


ଆଜି ମୁଁ କ୍ଳାନ୍ତ ,ଆଜି ହେଉ ମୋର

ଶେଷ ଏଇ ଅଭିନୟ,

ଅଭିନେତା ଥିଲି ମଂଚ ପରେ ଦିନେ

ରହୁ ଏଇ ପରିଚୟ ।


Rate this content
Log in

Similar oriya poem from Tragedy