STORYMIRROR

Alaka Nanda

Tragedy

3  

Alaka Nanda

Tragedy

ଅଭିନୟ

ଅଭିନୟ

1 min
200

ଜୀବନଟା ସାରା ରଂଗମଞ୍ଚ ପରେ

କଲି କେତେ ଅଭିନୟ,

ଆଜି ମୋର ଖାଲି ଅଭିନେତା ବୋଲି

ରହିଅଛି ପରିଚୟ ା


ମାୟା ପୁରୀର ସେ ମାୟା ନ ଜାଣି,

ମାୟାବିନୀ ସାଜିଥିଲି,

ଭଲ ପାଇବାର ଛଳନା କରି ମୁଁ

ପ୍ରେମିକାଟେ ସାଜିଥିଲି ା


ଆଜି ପୁଣି ମୋର ସେ ଅଭିନୟର

ହେଲା ଖାଲି ଅପଚୟ,

ପାଇଲିନି କିଛି ଫଳ ମୁଁ ଜୀବନେ,

କରିଗଲି ଅଭିନୟ ା


ବଂଚି ରହି ମୁଁ ମରିବାର କଲି

କେତେ ଯେ ମିଛ ବାହାନା,

ଭଲ ନ ପାଇ ବି ଭଲ ପାଇବାର 

କଲି କେତେ ମୁଁ ଛଳନା ା


ଆଜି ମୁଁ କ୍ଳାନ୍ତ ,ଆଜି ହେଉ ମୋର

ଶେଷ ଏଇ ଅଭିନୟ,

ଅଭିନେତା ଥିଲି ମଂଚ ପରେ ଦିନେ

ରହୁ ଏଇ ପରିଚୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy