Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alaka Nanda

Tragedy

4  

Alaka Nanda

Tragedy

ପ୍ରେମ ଓପ୍ରତାରଣା

ପ୍ରେମ ଓପ୍ରତାରଣା

1 min
250


ଆକାଶ ର ସୁନା ବଗୀଚା ଭିତରେ,

ଗୋଲାପ ଫୁଲ ଟେ ହେଇ,

ରହିଗଲ ତୁମେ ସରଗ ସଜାଇ,

ସରଗେ ମହକ ଦେଇ ା


ମୋ ବଗୀଚା ତ ଖାଲି ହେଇଗଲା,

ଗୋଲାପ ବିହୁନେ ସତେ!

ଭରି ବଗୀଚା ଟା ଗୋଲାପ ଫୁଲରେ,

ମହକ ଥିଲା ବି କେତେ ା


ଚାହୁଁତି ଯେବେ ମୁଁ ଶୂନ୍ୟ ବଗୀଚା କୁ,

ଲୁହ ଖାଲି ଝରେ ମୋର,

ପ୍ରତାରଣା କରି ଚାଲିଗଲ ତୁମେ,

ଜାଣେନି ମୁଁ କେତେଦୂର ା


ସରଗ ବଗୀଚା ଭରିଥିଲା ଫୁଲେ,

ନଥିଲା ଗୋଲାପ ଟିଏ,

ଛଳ କରି ନେଇଗଲା ସେ ତମକୁ,

ସରଗ ର ମାଳୀ ଯିଏ ା


ଫୁଟିଲ ସରଗେ ମହକିଲା ସେଠି,

ଗୋଲାପ ର ମହକ ରେ,

ଫୁଲ ର ପାଖୁଡା ଝଡି ପଡିଲା ମୁଁ,

ତୋଳିଲି ତାକୁ ଧରା ରେ ା


ଆକାଶ ରୁ ଝରା ଗୋଲାପ ପାଖୁଡା,

ରହିଲା ମୋ ପାଖେ ସିନା,

ସେଇ ପାଖୁଡା ରେ ଲୁହ ଢାଳି,

ଦେଖେ ସ୍ୱପ୍ନ ମୁଁ ମନେମନେ ା


ତୁମ ପାଖେ ଯାଇ ରହିବି କେବେ ମୁଁ

କଳପନା କରେ ଖାଲି,

ନିତି ତା ବାଟ କୁ ଅନେଇ ବସିଚି,

ମତେ ନବ ସରଗର ମାଳୀ ।



Rate this content
Log in

Similar oriya poem from Tragedy