STORYMIRROR

Rajesh Kumar Barik

Comedy Others

4  

Rajesh Kumar Barik

Comedy Others

ଫିକା ରଜ ମଉଜ

ଫିକା ରଜ ମଉଜ

1 min
176


ବନସ୍ତେ ଡାକିଲା ଗଜ

୪୦° ରେ ଆସିଛି ରଜ 

ମାସ୍କ ପିନ୍ଧି ହୁଅ ସଜ ବାଜ

ଲୋ ସଜନୀ ମାସ୍କ ପିନ୍ଧି ହୁଅ ସଜ।


ରଜ ଦୋଳି କଟ କଟ 

ଦୋଳିରେ ବସିକି ଉଠାଅ ଫଟୋ  

ଇନଷ୍ଟା, ଫେସବୁକୁରେ କରିବୁ ସେଟ୍

ଲୋ ସଜନୀ ଷ୍ଟାଟସ୍ ରେ କରିବୁ ଫିଟ ।


କରୋନା ବାନ୍ଧିଛି ଡୋରି

ମାସ୍କ ସାଙ୍ଗ କୁ ଦୁଇ ହାତ ଦୂରେ

କେତେ ପିଠା ଦିଆ ନିଆ ଆମ୍ବ ସପୁରି

ସବୁଠି ପଡିଛି ଡୋରି ଲ ସଜନୀ ସବୁଠି ପଡିଛି ଡୋରୀ ।


ରଜ ପାନ ଭାରି ମିଠା 

ଜେଜେମା ଭୁଲିଛି ଆଗର ଛଟା

ମୋତେ ଆସୁନାହିଁ ଚକୁଳି ପିଠା 

ୟୁ ଟୁଭ୍ ଦେଖି ସରିଲା ଡାଟା ଲ ସଜନୀ ।


ମମୋ ଚାଓମିନି ଘରେ

ପଣସ କଣ୍ଟାକୁ ମୋ ପୁଅ ଡରେ 

ସ୍ବାମୀ ଅରୁଆ ପିଠାର ନାମ ନଧରେ

ଏସିଡିଟି ଖାଲି ଜଳେ ଲୋ ସଜନୀ ।


ବରଷ କେ ଥରେ ଆସିଛି ରଜ

କାଇଁ ଫିକା ଫିକା ଲାଗେ ରଜ ମଉଜ

ପାର୍ଲୋର ବନ୍ଧ ଅଛି କେହି ହଉନି ସଜ

ସଟ୍ଡାଉନ୍ ଲକ୍ଡାଉନ ନାମ କୁ ଭଜ 

ଆମ ସଂସ୍କୃତି ପୁରୁଣା ଚିଜ ଲୋ ସଜନୀ ।

        

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy