ଶେଷ ଚିଠି
ଶେଷ ଚିଠି
ପଢୁଥିଲି ଚିଠି ଥରେ ଏକୁଠିଆ ବସି
ଦେଖିଦେଲା ଶାଳି ମୋର ପଛରୁ ସେ ଆସି ।
ଭାବିନେଲା କେତେ କଥା ଦେଲା ଅଳପ ହସି
କହିଦବ ଦିଦିକୁ ସେ ମନେ ପେଞ୍ଚ ବାନ୍ଧିଛି ।
ସିଧା ସିଧା ଆଗେ ଆସି ମୁଁ ଦେଖିନେଇଛି
ଦିଦିକୁ ମୁଁ କହିଦେବି କିଛି ନବାର ଅଛି ।
ହସୁନାହିଁ କାନ୍ଦୁନାହିଁ ମୋତେ ଚିନ୍ତା ଘାରିଛି
କାହିଁକି ଏ ଚିଠି ମୋତେ ଭାଗ୍ୟେ ମିଳିଛି ।
ଶାଳି ମୋର ଅଲିଅଳି ହାତୁ ଚିଠି ନେଇଛି
ଭାବୁଥିବା ସ୍ବପ୍ନ ସବୁ ଭାଙ୍ଗି ଚୁନା ହୋଇଛି ।
ଚିଠିରେ ଲେଖା ଅଛି
ପ୍ରାଣ ପ୍ରିୟ ପତି ମୋର ଗାଡ଼ି ଲେଟ୍ ହେଉଛି
ଆଉ ଦେଖିବିନି ତୁମ୍ଭ ମୁହଁ ମୁଁ ଚାଲିଜାଉଛି ।
