STORYMIRROR

Rajesh Kumar Barik

Comedy

4  

Rajesh Kumar Barik

Comedy

ଡିଜିଟାଲ୍ ଦୁନିଆ

ଡିଜିଟାଲ୍ ଦୁନିଆ

1 min
2

     

ସମୟ ବଦଳେ ତୁହାକୁ ତୁହା
        ଅଂଗନବାଡ଼ିର ଅଣ୍ଡା ଛତୁଆ
ଏଣ୍ଡୁରୁଏଡ଼ ଧରି ବୁଲୁଛି ଛୁଆ
       ମାଆ ତାର ହୁଏ ଖାଲି ଛାନିଆ ।
ଧୁକୁ ଧୁକୁ ହୁଏ ବାପର ଛାତି
    କରେ ନାହିଁ ସେ ଚୋରା ପୀରତି
ଘରେ ନାହିଁ ଆଉ ଟିକିଏ ଶାନ୍ତି
    ରିଲ୍ସ ବନାଏ ଦେଖାଇ ହାତୀ I
ମିଳୁ ନାହିଁ ଆଉ ଚିଠି ପତର
            ଚାଟିଂ ସେଟିଂ ସବୁ ଏଥର
ଭିଡ଼ିଓ ଛାଡ଼ିଲେ ରୋଜଗାର ହୁଏ
       ତୁମେ କାହାର ନା ମୁଁ କାହାର ।
ଆହାର ମୁହଁରେ ଖାଲି ପ୍ରହାର
         ଚାର୍ଜ ସରିଲେ ମୁଁ ନିଜର
ବେଟ୍ରି ବେକପକ କୁ ଚାର୍ଜର
        ଦୁନିଆ ରେ ଖାଲି ତୁ ନିଜର  ।
ଦିନକୁ ରାତି ଏ ମନର ଭ୍ରାନ୍ତି
       ପିଲା ଅଛି ପିଲା ଦିନ ନାହାନ୍ତି
ବଞ୍ଚିଛି ମରିବା ଖାଲି ପାଇଁ କି
         ମରିଗଲେ RIP ଦିଅନ୍ତି ।
ଟିପା ଟିପି ଠାରୁ ଟଚ ସ୍କ୍ରିନ୍ ଯାଏଁ
          ସରଳ ରେଖା ଟା ବ୍ରକର ହୁଏ
ସମୟ ଯାଏ ନିଦ ନହୁଏ
        ଡାଟା ସରିଗଲେ ଉଠିକି ଧାଏଁ ।
ଫୋନ୍ ଦେବ ଗୋ ଫୋନ୍ ଦେବ
         ସଂପର୍କର ଅଠା ଟିକିଏ ଦବ
ଫାଟି ଫୁଟି ସବୁ ଆଁ କଲାଣି
       ଲାଗି ଗଲେ କାଳେ ଆପେ ବୁଜିବ ।
                  *******
ରାଜେଶ କୁମାର ବାରିକ୍
ଦେବେନ୍ଦ୍ରପୁର , ଅଭଣା , ବାଲେଶ୍ଵର
୯୯୯୮୬୨୨୩୩୬


Rate this content
Log in

Similar oriya poem from Comedy