ସୁନା ସଂସାର
ସୁନା ସଂସାର
ଆଜି ମୋର ଘରେ ଗୋଟେ କଥା ହୁଏ
ଶୁଣ ଆରେ ମୋର ଭାଇ
ରୋଷେଇରେ ଟିକେ ଲୁଣ ବେଶି ହେଲା
ପ୍ରିୟ ତ ଛୁଇଁଲେ ନାହିଁ ।
ଚାଲି ଗଲି ମୁହିଁ ଲୁଚି ଲୁଚି ଭାଇ
ପଡିଶା ଘରକୁ ମୋର
ପଡୋଶୁଣୀକୁ ମୁଁ ବୁଝାଇ କହିଲି
ଏ କଥା ବିଚାର କର ।
ସୁଆଦିଆ ରନ୍ଧା ହାତରେ ଧରାଇ
କହିଲା ଆଲୋ ମିତଣୀ
ମିଛ ନକହିଲେ ପୁରୁଷ ମାନଙ୍କୁ
ପାରିବୁ ନାହିଁ ତୁ ଜିଣି ।
ମୋ ହାତରେ ଭଲ ରୋଷେଇ ହୁଏନା
ନିତି କାନ୍ଦୁ ଥାଏ ବସି
ଭାଉଜ ମୋହରି ଉପାୟ ଯେ ଦେଲା
ଆଜି ମୁଁ ବହୁତ ଖୁସି ।
ଅନ୍ ଲାଇନ୍ ରେ ଖାଇବା ମଗାଇ
ରଖି ଦେଇ ଥାଏ ଘରେ
ଆନନ୍ଦେ ପରଷି ଦେଉ ଥାଏ ଖୁସି
ହସି ହସି ମୁହିଁ ମରେ ।
ନିତି ଥାଳି ଗିନା ଫୋପାଡୁ ଥିଲେ ସେ
ପଡୋଶୀ ଡେରିଲେ କାନ
ଲୋକ ଲଜ୍ୟା ରେ ମୁଁ ସଢି ଯାଉ ଥାଏ
ଆଉ ନାହିଁ ସେହି ଦିନ ।
ଯେମିତି ଲୋକକୁ ସେମିତିଆ ଜ୍ଞାନ
ଶାନ୍ତି ରହୁ ବାସ ତଳେ
ନଚେତ୍ ଜୀବନ ଜଳି ଜଳି ମରେ
ବଞ୍ଚି ଥାଇ ତିଳେ ତିଳେ ।
ସୁଆଦିଆ ରନ୍ଧା ଘରକୁ ଆଣିଲି
ବଢିଲା ମୋହର ସୁଖ
ସ୍ଵାମୀ ଯେ ବୋଲନ୍ତି କାହିଁ ପାଇଁ ଚିନ୍ତି
ପାଇଲୁ ଏତେ ତୁ ଦୁଃଖ ।
ତୋ ହାତ ପରଷା ଅମୃତ ବରଷା
କୋଟିକରୁ ବୁଝେ ମୁହିଁ
ମୋତେ ଚୋଷିବାକୁ କାହା ଦୁଆରକୁ
ଯିବୁନି କେବେ ତୁ ଧାଇଁ ।
ତୁହି ସନ୍ତାନର ଶାନ୍ତି ପ୍ରଦାୟିନୀ
ତୋ ପାଇଁ ମୋ ଘର ହସେ
ତୋ ସ୍ନେହ କାନିରେ ପରିବାର ମୋର
ଆନନ୍ଦ ଉଲ୍ଲାସେ ବସେ ।

