Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR RANJAN BEHERA

Abstract Comedy Inspirational

4  

DR SAMIR RANJAN BEHERA

Abstract Comedy Inspirational

ଡିଜିଟାଲ ରଜ

ଡିଜିଟାଲ ରଜ

1 min
180


ପାଦରେ ଅଳତା ହାତରେ ମେହେନ୍ଦୀ

   କେତେ କିସମର ସଜ

ବରଷକେ ଥରେ ଆସିଛି ଯେ ରଜ

  କାହିଁ କେତେ କର ମଉଜ l


ଓଡ଼ିଆ ପରମ୍ପରା ସାଥେ ଧରି ଆସେ

     ବରଷକେ ଥରେ ରଜ

ପହିଲି ମୌସୁମୀ ଧରିତ୍ରୀ ଚୁମଇ

    ସତେ ଏ ବିଶ୍ରାମ ପର୍ବ l


ନାହିଁ ଆମ୍ବତୋଟା ନାହିଁ ବରଗଛ

    ପାର୍କରେ ଝୁଲେ ଦୋଳି

ଟିକେଟ କରିଣ ଭିତରେ ପଶଇ

   ଖେଳ ଦୋଳି ପାଳି କରି l


ନାହିଁ ଆଜି ସେଇ ଚୁଲି ପୋଡ଼ ପିଠା

   ନାହିଁ ଗାଁ ଖିଲି ପାନ

ଓଭେନ ହେଉଛି ସୁଆଦିଆ କେକ

  ପିଜା ମଟନ ଆଉ ଚିକେନ l


ସହରେ ଗାଁରେ ପାଳନ ହେଉଛି

      ଡିଜିଟାଲ ର ରଜ

ମେକପ୍ ସହିତ ଶହ ଶହ ସେଲ୍ଫି

 ସ୍ଟାଟସ ଅପଲୋଡ ମଉଜ l


ଶହେ ମସଲାର ମିଠା ପାନ ଆଜି

     ନାହିଁ ସେ ଖିଲି ପାନ

କାଁ ଭାଁ ଦିଶେ ଲୁଡୋ ତାସ ଖେଳ

     ଗେମ ଚାଲେ ଅନଲାଇନ l


ବନସ୍ତେ ଆଉ ଗଜ ଡାକୁ ନାହିଁ

     ରଜ ଦୋଳି ନାହିଁ କଟମଟ

ମକର ବଉଳ ସଙ୍ଗାତ ବସୁନି

   ଚାଲେ ଡିଜେ ଡିସ୍କୋ ନାଟ l


କୁଆଁରୀ ଝିଅ ଆଜି ସଅଳ ଉଠୁନି

  ନାଉଁନି ଚନ୍ଦନ ସିନ୍ଦୁର ଟିପା

ପାର୍ଲର ଆଗରେ ଭିଡ ଜମୁଛି

ମେକଅପ ମେହେନ୍ଦି ଛିଟା l


କୁଆଁରୀ ଝିଅର ଜମୁନାହିଁ ଭିଡ

  ଗାଁ ପୋଖରୀର କୂଳ

ହଳଦୀ ତେଲର ଘସା ମଜା ନାହିଁ

ଗୁଆ ପଟୁଆ ଥଟ୍ଟା ତାମସା ମେଳ l


ସାଇ ଭାଇ ଭଉଣୀ ମେଳ ଜମୁନାହିଁ

   ଜେ ଯା କାମରେ ବ୍ୟସ୍ତ

ଫିଲ୍ମ ପାର୍କରେ ସମୟ କାଟୁଛି

ସପିଙ୍ଗ ମଲ ଆଉ ରେଷ୍ଟୁରାଣ୍ଟ l


ସମୟ ସୁଅରେ ହଜି ହଜି ଯାଏ

    ରଜ ପରମ୍ପରା ମାନ

ନାହିଁ ସେ ସଂସ୍କାର ଗୁରୁଜନ କଥା

ଏ ପରା ଡିଜିଟାଲ ରଜର ଦିନ l


Rate this content
Log in