ଭିଟାମାଟି
ଭିଟାମାଟି


ଏନ୍ତୁଡ଼ିଶାଳର ଅତୁଟ ସମ୍ପର୍କ
ଚିର ଅବିନାଶୀ ମୋହ
ଭିଟାମାଟି ସେ ଯେ ହେଉ ଝାଟି ମାଟି
ଅନ୍ତରେ ରଖିଛି ସ୍ନେହ
ଭିନ୍ନ ଏକ ପରିଚୟ
ମାଟି ବୈକୁଣ୍ଠ ସେ ପୁଣ୍ୟତମ ପୀଠ
କାଳେ କାଳେ ମହନୀୟ ।
ପିତୃପୁରୁଷଙ୍କ କେତେ କେତେ ସ୍ମୃତି
ରଖିଛି ନିଜ ହୃଦୟେ
ନିୟତି କାଗଜେ ନିତି ଲେଖୁଅଛି
ଭିନ୍ନ ଅଭିବ୍ୟକ୍ତି ଟିଏ
ଚିର ରମଣୀୟ ସିଏ
ହୃଦୟ ଭିତରେ କଳ୍ପନା କାନ୍ଥରେ
ଅଡୁଆ ସୂତାରୁ ଖିଏ ।