Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Inspirational Others

3  

Anita Dash

Abstract Inspirational Others

ଅଭିନୟ

ଅଭିନୟ

1 min
208



ପିତା-ମାତା ବନ୍ଧୁ-ସ୍ୱଜନ, ସନ୍ତାନ,

ସହ କଳାକାର ସହ,

ସଂସାର ମଞ୍ଚରେ ଅଭିନୟେ ରତ;

କଳାକାର ପରିଚୟ । [୧]


ଜୀବନ ନାଟକ ପୃଷ୍ଠଭୂମି ଆଉ

ସଂଳାପ ଲେଖକ ହରି,

ସମୟର ପ୍ରଯୋଜନେ ପ୍ରାୟୋଜିତ

ବିବେକ ନିର୍ଦ୍ଦେଶ ଧରି । [୨]


ଦୁଃଖ-ସୁଖ ଭଲ-ମନ୍ଦ ଖୁସି-ରାଗ

ବିରହ-ମିଳନ ମିଶି ,

ଜୀବନ ନାଟକ ଜୀବନ୍ତ କରଣେ

ହୋଇଥାନ୍ତି ସଦା ସାଥି । [୩]


ନବ ରସ ଅଭିନୟରେ ଭରିଛି

ତ୍ରିଗୁଣୀ ଗୁଣକୁ ନେଇ ,

ଷଡ ରିପୁ ଖଳନାୟକ ଅଛନ୍ତି

ସହ କଳାକାର ହୋଇ । [୪]


ପାରି ପାରଶିକ ପରିସ୍ଥିତି ଆଉ

ଆନୁସଙ୍ଗିକର ସ୍ଥିତି ,

ସାକାର ନାକାର ପ୍ରଭାବକୁ ଯୋଡି

ଭଳେଇ ଥାଆନ୍ତି ମତି । [୫]


ଅଭିନେତାଟିର ନିରାଶ ପ୍ରାଣରେ

ସରସତା ଦେବା ପାଇଁ ,

ପ୍ରକୃତିକୁ କେତେ ସୁନ୍ଦର ଶୋଭାରେ

ସଜେଇ ଦେଇଛ ସାଇଁ ! [୬]


ଇଂତୁଡି ଶାଳରୁ ନାଟକ ଆରମ୍ଭ

ମୃତ୍ୟୁ ସହ ଯବନିକା ,

ପୃଥିବୀ ମଞ୍ଚରେ ମିଳିମିଶି ସିନା

ଶେଷ ଦୃଶ୍ୟ ଏକା ଏକା । [୭]


ଆଳିକ ଜୀବନ କିଏବା କହିବ

କେବେ ହୋଇବ ବିଲୟ ,

କାଳର ପଥରେ ଚିହ୍ନ ଛାଡ଼ିଯିବା

କରି ଶ୍ରେଷ୍ଠ ଅଭିନୟ । [୮]



Rate this content
Log in

Similar oriya poem from Abstract