ଛନ୍ଦହୀନ ଜୀବନ
ଛନ୍ଦହୀନ ଜୀବନ


ଜୀବନ ଗୋ ତୁମେ କେବେ ଛନ୍ଦହୀନ
ବେସୁରା ରାଗିଣୀ ଟିଏ
ପ୍ରତିଟି ଦିନର ପୁନରାବୃତ୍ତିରେ
ଇଚ୍ଛା ଅନିଚ୍ଛାରୁ ଖିଏ
ଯଦି ଛନ୍ଦ ମିଶିଯାଏ
ସୁଖର ଦୁଃଖର ମଧୁର ମିଳନେ
ଜୀବନ୍ତ ସଙ୍ଗୀତ ହୁଏ ।
ଜୀବନ ଗୋ ତୁମେ କେବେ ଛନ୍ଦହୀନ
କବିତାର ଦୁଇପଦ
ପ୍ରତିଟି ଶବ୍ଦରେ ପ୍ରାଣ ପ୍ରକୋଷ୍ଠରେ
ପ୍ରତ୍ୟାଶାର ଆର୍ତ୍ତନାଦ
ଆନନ୍ଦ ପୁଣି ବିଷାଦ
ଛକା ପଞ୍ଝାର ଏ ଛମ୍ ଛମ୍ ପୁଣି
କେବେ ଭରେ ତହିଁ ଛନ୍ଦ ।