STORYMIRROR

Dipti lekha Mishra

Abstract Inspirational Others

3  

Dipti lekha Mishra

Abstract Inspirational Others

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

1 min
192


ମୁଁ ଯଦି ବଞ୍ଚିଛି ପ୍ରଭୂ କେବଳ ତୁମ ପାଇଁ

ଆଜି ନ ହେଲେ କାଲି ନିଶ୍ଚୟ ପାଇବି

ତମ ମୁହଁ ଦେଖିବି କଥା ହେବି

ମୋ ମନର ସବୁକଥା ଖୋଲିକହିବି॥


ତମେ ଜାଣିନ ମୁଁ ତମକୁ କେତେ ଭଲପାଏ

ତମେ ଜାଣିପାରିବନି ତମ ପାଇଁ ମୁଁ କିଏ

ହେଲେ ପ୍ରଭୂ କହିଦେଉଅଛି ତମେ ଡେରିକଲେ

ତମ ପାଇଁ କଣ କରିବି ରୋକିବାକୁ ନଥିବ କିଏ॥


ଥରେ ବି ହେଉ ମୋତେ ଦେଖାଦିଅ ସ୍ବଚକ୍ଷୁରେ

ଥରେ ମୋତେ ଛୁଇଁବାକୁ ଦିଅ ବାସ୍ତବରେ

ମୁଁ ତମ ଶରଣରେ ଚାଲିଯିବି ପ୍ରଭୂ

ଲୋଭନାହିଁ ଏ ମାୟାମୋହ ସଂସାରରେ॥


ମୋ ଶେଷ ନିଷ୍ପତ୍ତି ଶୁଣି ରଖ ମହାପ୍ରଭୂ

ଦେଖା ଯଦି ନ ଦେବ ତୁରିତେ

ଆତ୍ମ ତ୍ୟାଗ କରିବି ତୁମ ବଡଦାଣ୍ତରେ

ଛି ଛି ଶୁଣିବ ତୁମରି ଜଗତେ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract