ମୁକ୍ତିର ଗଜଲ
ମୁକ୍ତିର ଗଜଲ


ପରାଧୀନତାର ଅନ୍ଧାରି ମୂଲକେ
ରହିବାନି ରହିବାନି,
ସଂସ୍କାର ନାଆଁରେ ଶୋଷଣ ଶୃଙ୍ଖଳ
ପିନ୍ଧିବାନି ପିନ୍ଧିବାନି। [୧]
ମାତୃ ଜାତି ପରା ସୃଷ୍ଟିର ଓଁକାର
ଭୁଲିବାନି ଭୁଲିବାନି,
ମାନବ ସମାଜ ଭିତ୍ତି ପ୍ରସ୍ତର ସେ
ଓଜସ୍ୱିନୀ ସନାତନୀ। [୨]
ଆତମ ମର୍ଯ୍ୟାଦା ସ୍ୱାଭିମାନ ଆଉ
ପାଦତଳେ ଦଳିବାନି,
ସମ୍ଭ୍ରମତା ଆଢେ, ଯାତନା ଜୁଇରେ
ଜଳିବାନି ଜଳିବାନି। [୩]
ନିର୍ଯାତନା, ପାଶବିକତା ରାକ୍ଷାସେ
ଡରିବାନି ଡରିବାନି,
ଲମ୍ପଟ କାମୁକ ମଦ୍ୟପକୁ ଦ୍ୱାର
ଖୋଲିବାନି ଖୋଲିବାନି । [୪]
ମହିଳାଟି ନୁହେଁ ଅବଳା ଦୁର୍ବଳା
ଅଶେଷ ଵଳ ଶାଳିନୀ,
"ପାଦତଳ ଦାସୀ" ନୁହେଁ ଆଜି ତାର
ପରିଚୟ "ଅର୍ଦ୍ଧାଙ୍ଗିନୀ"। [୫]
ଅଭିରୁଚି ଆଉ ଅଭିପ୍ସା ସନ୍ଧାନେ
ନିଜ ମନ ମାରିବାନି,
ଜୀବଥିବା ଯାଏଁ ତିଳ ତିଳ ଜଳି
ମରିବାନି ମରିବାନି। [୬]
ସମ୍ଭିଧାନ ମଉଳିକ ଅଧିକାର
ତେଜିବାନି ତେଜିବାନି ,
ଜାଗ ! ଚରୈବେତି ମୁକ୍ତିର ମଶାଲ
ଜଳିଲାଣି ଜଳିଲାଣି । [୭]
ଅତୃପ୍ତ ସେ ରାଜ କୋଠିର ପ୍ରେତାତ୍ମା
ମାତିଲେଣି ମାତିଲେଣି ,
ପୁଂଜିଭୂତ ସୁପ୍ତ ଅଶାନ୍ତି ଜଗେଇ
ମଞ୍ଜୁଲିକା ସାଜିଲେଣି । [୮]