ମଦ ମୁକ୍ତି ଅଭିଯାନ
ମଦ ମୁକ୍ତି ଅଭିଯାନ


ବାପ ମାରେ ପୁଅକୁ ତ
ମାକୁ ମାରେ ପୁଅ
ମଦ ଯୋଗୁଁ କେତେ କଣ
ଘଟେ ତୁମେ କୁହ।
ରାସ୍ତା ଘାଟେ ନିତି କେତେ
ଦୁର୍ଘଟଣା ଘଟେ
କାହିଁ ପାଇଁ ତୁମେ ସବୁ
ଚାଲୁଛ ଅବାଟେ l
ଅର୍ଥନୀତି କ୍ଷେତ୍ରେ ଏବେ
ଓଡିଶା ପଛୁଆ
ମଦ ପିଇ ଜନନୀକୁ
କରୁଛ ନାଣ୍ଡିଆ l
ଭାଲୁ ଧରେଇବା ନିତି
ଛାଡ ହେ ନାରଣ
ଚକୋଲେଟ ଖିଆ ଛୁଆ
ନୋହୁଁ ଆମେ ଜାଣ l
p>କର ନିଅ ସରକାରେ
ଯେତେ ତୁମ ଇଛା
ସେଇ ଅର୍ଥେ ଆମ ପାଇଁ
ସଜାଅ ଯେ ବର୍ଚ୍ଛା l
ଗରୀବର ରାଜ୍ୟ ବୋଲି
ସଭିଏଁ ବୋଲନ୍ତି
କାହିଁ ପାଇଁ ଓଡିଶାକୁ
ଏମିତି କୁହନ୍ତି l
ଉତ୍ତର ଦେବେକି ଆମ
ଛାମୁ ହେ ଆପଣ
ଏତେ ପରେ ମଦ ବନ୍ଦ
(ନ)କରିବା କାରଣ l
ମଦ ବନ୍ଦ ହେବ ମୋର
ରାଜ୍ୟରୁ ନିଶ୍ଚୟେ
ଏଇକଥା ଛାମୁ ତୁମ୍ଭେ
ହେଜ ରଖିଥାଅ l