Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Inspirational Others

3  

Anita Dash

Abstract Inspirational Others

ଦାୟିତ୍ୱବୋଧର ଜ୍ଞାନ

ଦାୟିତ୍ୱବୋଧର ଜ୍ଞାନ

1 min
175



ଦାୟିତ୍ୱବୋଧର ଜ୍ଞାନ ନରହିଲେ

କାମ ହୁଏ ଅସଜଡ଼ା,

ଜୀବନର ମୂଲ ବୁଝି ହୁଏ ନାହିଁ

ମନ ହୁଏ ଘୋଡା ଚଢା । [୧]


ଅସଂଯତ ମନ, ମନମୁଖୀ ହୋଇ

ନୀତି ନିୟମକୁ ଭୁଲେ,

ସତ ପରାମର୍ଶ, ବିବେକର ବୋଲ,

ଏଡି ଦେଇ ବାଟ ଚାଲେ । [୨]


ମନର ବାଟଟି ବଡ଼ ଚିକ୍କଣିଆ

ପାଦ ଯାଏ ଖସି ଖସି,

ପଥ ଶେଷର ସେ ପଙ୍କିଳ ଗହ୍ବରେ

ଅବଶେଷେ ଯାଏ ଫସି । [୩]


ପାପ-ପଙ୍କ ଛିଟା ଦେହେ ବୋଳି ହୋଇ

କୁରୂପ ଦିଶେ ସ୍ୱରୂପ,

ଘୃଣା, ବଦନାମ, ଲେପ ମାଖି ପୁଣି

ଜୀବନ ହୁଏ ବିରୂପ । [୪]


ଅଳିକ ଜୀବନ କରିବାକୁ ଚାହଁ

ଯଦି ସରସ ସୁନ୍ଦର ,

ଦାୟିତ୍ୱବୋଧକୁ କର୍ତ୍ତବ୍ୟରେ ଯୋଡି

କରମ ସୁନ୍ଦର କର । [୫]


ଦାୟିତ୍ୱବୋଧଟି କରମର ଅତି

ଆପଣା, ଶୁଭଚିନ୍ତକ,

ଚଲାପଥେ କେବେ ଭରି ଦିଏ ନାହିଁ

ଲକ୍ଷ୍ୟଚ୍ୟୁତର କଣ୍ଟକ । [୬]


ମନଯୋଗୀ ହୋଇ, ବିବେକ ଜଗାଇ

ଚାଲିଲେ କରମ ପଥେ ,

ମନ ସନମାନ ମୁକୁଟ ଶେଷରେ

ଝଟକଇ ପରା ମାଥେ ? [୭]


ଆସ ଆଜି! ଆମ ଦୁର୍ଲ୍ଲଭ ଜୀବନ

ମାନ ନିରୂପଣ କରି ,

ଦାୟିତ୍ୱବୋଧରେ ଵିଵେକକକୁ ଯୋଡି

କରମଟି ଯିବା କରି । [୮]



Rate this content
Log in

Similar oriya poem from Abstract