STORYMIRROR

Sushma Manjari Dash

Abstract

3  

Sushma Manjari Dash

Abstract

ଦାଦନ

ଦାଦନ

1 min
213

ଆମ ରାଜ୍ୟେ ବଢ଼ି ଶିକ୍ଷିତ ବେକାରୀ 

ଯାଆନ୍ତି ଦାଦନ ଖଟି     

ଅର୍ଥ ଲୋଭ ତାଙ୍କୁ ସ୍ଵାର୍ଥୀ କରିଦିଏ

ତେଜିଥାନ୍ତି ଭିଟାମାଟି ।

ଭୁଲି ଯାଆନ୍ତି ସେ ଏ ମାଆ ମାଟିର

ସ୍ନେହ ପ୍ରେମ ମମତାକୁ   

ମାଆକୁ ଭୁଲି ସେ ମାଉସୀ ପୋଷନ୍ତି

ଢାଳି ନିଜ ଲହୁ ଲୁହକୁ।   

ବାପା ମାଆ ମାନେ ଗରବେ କହନ୍ତି

ପୁଅ କରୁଛି ମୋ ଚାକିରୀ

ମୁଠା ମୁଠା ଟଙ୍କା ଦଉଛି ଆମକୁ

ଦୂର ହେବ ଆମ ଦରିଦ୍ରୀ।

କେଉଁ କାମ କରି ଟଙ୍କା ସେ ଆଣୁଛି

ଭାବନ୍ତିନି ବାପା ମାଆ      

ଜଣା ନାହିଁ ତାଙ୍କୁ ପୁଅଟି ତାଙ୍କର

ସହେ କେତେ ନିର୍ଯ୍ୟାତନା।  

ମୁଣ୍ଡ ଝାଳ ତୁଣ୍ଡେ ମାରିଣ ପୁଅଟି

କାମ କରେ ଦିନ ରାତି   

ଖାଇବା ପିଇବା ଭୁଲିଯାଇ ସିଏ 

ଖଟୁଛି ସେଠାରେ ବେଠି।

ସବୁ ପିିତା ମାତା ବୁୁୁୁଝାଇ କୁହନ୍ତୁ

ଯାଆ ନା ରେ ବାପ ତୁହି      

ଜନମ ନେଇଛୁ ଯେଉଁ ରାଇଜରେ

କାମ କର ତା'ରପାଇଁ    

କେତେ ସ୍ନେହ ଶ୍ରଦ୍ଧା ଦେଇଛି ଏ ରାଜ୍ୟ

ଅଟୁ ତୁହି ତାର ପ୍ରାଣ

ଜାତି ପ୍ରେମ ପ୍ରୀତି ଜଗାଇ ମନରେ

ଶୁଝିବୁ ତାହାରି ଋଣ ।       

ନୋହୁ ତୁ କେବେ ଦାଦନ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sushma Manjari Dash

ଗଛ

ଗଛ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Abstract