Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sushma Manjari Dash

Abstract

3  

Sushma Manjari Dash

Abstract

ଦାଦନ

ଦାଦନ

1 min
207


ଆମ ରାଜ୍ୟେ ବଢ଼ି ଶିକ୍ଷିତ ବେକାରୀ 

ଯାଆନ୍ତି ଦାଦନ ଖଟି     

ଅର୍ଥ ଲୋଭ ତାଙ୍କୁ ସ୍ଵାର୍ଥୀ କରିଦିଏ

ତେଜିଥାନ୍ତି ଭିଟାମାଟି ।

ଭୁଲି ଯାଆନ୍ତି ସେ ଏ ମାଆ ମାଟିର

ସ୍ନେହ ପ୍ରେମ ମମତାକୁ   

ମାଆକୁ ଭୁଲି ସେ ମାଉସୀ ପୋଷନ୍ତି

ଢାଳି ନିଜ ଲହୁ ଲୁହକୁ।   

ବାପା ମାଆ ମାନେ ଗରବେ କହନ୍ତି

ପୁଅ କରୁଛି ମୋ ଚାକିରୀ

ମୁଠା ମୁଠା ଟଙ୍କା ଦଉଛି ଆମକୁ

ଦୂର ହେବ ଆମ ଦରିଦ୍ରୀ।

କେଉଁ କାମ କରି ଟଙ୍କା ସେ ଆଣୁଛି

ଭାବନ୍ତିନି ବାପା ମାଆ      

ଜଣା ନାହିଁ ତାଙ୍କୁ ପୁଅଟି ତାଙ୍କର

ସହେ କେତେ ନିର୍ଯ୍ୟାତନା।  

ମୁଣ୍ଡ ଝାଳ ତୁଣ୍ଡେ ମାରିଣ ପୁଅଟି

କାମ କରେ ଦିନ ରାତି   

ଖାଇବା ପିଇବା ଭୁଲିଯାଇ ସିଏ 

ଖଟୁଛି ସେଠାରେ ବେଠି।

ସବୁ ପିିତା ମାତା ବୁୁୁୁଝାଇ କୁହନ୍ତୁ

ଯାଆ ନା ରେ ବାପ ତୁହି      

ଜନମ ନେଇଛୁ ଯେଉଁ ରାଇଜରେ

କାମ କର ତା'ରପାଇଁ    

କେତେ ସ୍ନେହ ଶ୍ରଦ୍ଧା ଦେଇଛି ଏ ରାଜ୍ୟ

ଅଟୁ ତୁହି ତାର ପ୍ରାଣ

ଜାତି ପ୍ରେମ ପ୍ରୀତି ଜଗାଇ ମନରେ

ଶୁଝିବୁ ତାହାରି ଋଣ ।       

ନୋହୁ ତୁ କେବେ ଦାଦନ......



Rate this content
Log in

Similar oriya poem from Abstract